ଶୁଣିଲେନି ଜିଲ୍ଲାପାଳ

କେନ୍ଦୁଝର- କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଦୁରାବସ୍ଥା କାରଣରୁ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଅସମ୍ପୂର୍ଣ୍ଣ ସଡକରେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ ଟୋଲ ଭିଡ଼ିବାରେ ବ୍ୟସ୍ତ ଅଛନ୍ତି । ଏହି ଅସମ୍ପୂର୍ଣ୍ଣ ସଡ଼କକୁ ନେଇ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଜିଲ୍ଲାପାଳ ମଧ୍ୟ ଏନେଇ ପ୍ରାଧିକରଣ କୁ ଚିଠି ଲେଖିଥିଲେ । ଅସମ୍ପୂର୍ଣ୍ଣ କାରଣରୁ ବେଲବାହାଳିରେ ପୋଲ ମଧ୍ୟ ଜାମ ରାହୁଅଛି । ଏପଟେ ଆନନ୍ଦପୁର ସବଡିଭିଜନକୁ କି ଚମ୍ପୁଆକୁ ରେଳପଥ ସଂଯୋଗ ହୋଇପାରିନାହିଁ । କେନ୍ଦୁଝର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ବୃହତ ଇସ୍ପାତ ପ୍ରକଳ୍ପ ମଧ୍ୟ ହେଇ ପାରିନାହିଁ । ଏନେଇ ଅଭିଯୋଗ କରିଛି ଆନନ୍ଦପୁରର ଧନେଇ ସେବା ସଂଘ ।
ଚାରି ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାଏହି ଚାରି ଦଫା ଦାବି ନେଇ ଧନେଇ ଯୁବକ ସଂଘ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଶୋଭାଯାତ୍ରାରେ ବାହାରି ଦୀର୍ଘ ଶହେ କିଲୋମିଟର ଚାଲି କରି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଞ୍ଚ ତାରିଖରେ ପହଞ୍ଚିଥିଲେ । ଏହି ସଂଘକୁ ସମର୍ଥନ କରି ଜିଲ୍ଲାର ବହୁ ସଂଗଠନ ମଧ୍ୟ ସାମିଲ ହୋଇଥିଲେ । ଏହି ଚାରି ଦଫା ଦାବିପତ୍ର ପ୍ରଦାନ ପରେ ଜିଲ୍ଲାପାଳ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସାତ ଦିନ ପରେ ମଧ୍ୟ ଟୋଲ ଆଦାୟ ଓ ରାସ୍ତା ନିର୍ମାଣ ଆରମ୍ଭ ହୋଇନଥିବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ଏହି ଚାରି ଦଫା ଦାବି ପ୍ରଶାସନ ନାମାନିଲା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here