30.1 C
Bhubaneswar
Wednesday, April 24, 2024
Homeଓଡିଶାବିଭିନ୍ନ ଦାବୀ ନେଇ ଜିଲ୍ଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ବିଭିନ୍ନ ଦାବୀ ନେଇ ଜିଲ୍ଲା କୃଷିଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କିଶାନ କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ପ୍ରତିନିଧିମାନଙ୍କ ଗହଣରେ ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀଙ୍କୁ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ମାତ୍ର ସାରା ରାଜ୍ୟରେ ସାରର ଘୋର ଅଭାବ ଦେଖାଦେଇଛି । ଜିଲ୍ଲାରେ ଖୋଲାଯାଇଥିବା ରସାୟନିକ ସାର ବିକ୍ରୟ କେନ୍ଦ୍ର ଗୁଡିକରେ ଚଢା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତ ଗରିବ ଚାଷୀ ଭାଇମାନେ । ଢେଙ୍କାନାଳ ଜିଲ୍ଲା ଗୋଟିଏ କୃଷି ପ୍ରଧାନ ଜିଲ୍ଲା । ଯେଉଁଠାରେ କି ଲୋକମାନେ ଚାଷ କାର୍ଯ୍ୟକରି ନିଜର ପରିବାର ପ୍ରିତି ପୋଷଣ କରିଥାନ୍ତି । ବର୍ତମାନ ଚାଷର ଉପଯୁକ୍ତ ସମୟ । ଠିକ୍ ସମୟରେ ସାର ପ୍ରୟୋଗ ନହେଲେ ଚାଷୀ ତା’ର ବର୍ଷ ଯାକର ଆୟ ହରାଇ ବସିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କୁ ସାର ଯୋଗାଣ ଠିକ୍ ଭାବରେ କରୁନଥିବାରୁ ସମଗ୍ର ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛି । ଯେଉଁ ସାର ସରକାର ଯୋଗାଣ କରୁଛନ୍ତି ସେଠି କିଛି ଅଂଶ କଳାବଜାରୀମାନେ ଚଢା ଦରରେ ବିକ୍ରି କରି ମାଲାମାଲ୍ ହେଉଛନ୍ତି ।

ଏପ୍ରିଲ୍ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଖରିଫ ଚାଷରେ ୯ଲକ୍ଷ ମେଟ୍ରିକ୍ ଟନ୍ ସାର ପ୍ରୟୋଗ କରିବା ପାଇଁ ସ୍ଥିର ହୋଇଥିବାବେଳେ ଗତମାସ ଜୁଲାଇ ୩୧ ତାରିଖ ସୁଦ୍ଧା ଓଡିଶା କେନ୍ଦ୍ରରୁ ମାତ୍ର ୪ଲକ୍ଷ ମେଟ୍ରିକ୍ ଟନ୍ ସାର ପାଇଛି । କିନ୍ତୁ ଜୁଲାଇ ସୁଦ୍ଧା ୨ଲକ୍ଷ ୩୦ ହଜାର ସାର ଓଡିଶା ପାଇଛି । ବକେୟା ସାର କେନ୍ଦ୍ର ନଦେବା ଫଳରେ ଚାଷୀ ହତାଶ । ଆମ ଜିଲ୍ଲାରେ ସାରର ଅଭାବ ଅତ୍ୟନ୍ତ ଶୋଚନୀୟ ହୋଇଛି। ଏଣୁ ତୁରନ୍ତ ଚାଷୀଙ୍କୁ ସାର ଯୋଗାଇବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲା କିଶାନ କଂଗ୍ରେସ୍ ତରଫରୁ ଅନୁରୋଧ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତୃତ୍ୱ ଗୋପାଳ ଚନ୍ଦ୍ର ସାହୁ, ଉପସଭାପତି ନକୂଳ ରାଉତ, ନିର୍ବାଚନମଣ୍ଡଳୀ ସଭାପତି ଅକ୍ଷୟ କୁମାର ରଥ, ଭୁବନ ଉପସଭାପତି ଘନଶ୍ୟାମ ମାଝି, ପଙ୍କଜ ଶତପଥୀ, ଦେବେନ୍ଦ୍ର ସାହୁ, ସର୍ବେଶ୍ୱର ରାଉତ, ମନୋଜ ପାତ୍ର, ଦଇତାରୀ ବେହେରା, ହିନ୍ଦୋଳର ମୁରଲୀଧର ପ୍ରଧାନ, ବିମ୍ବାଧର ସାହୁ, ପ୍ରମୁଖ ନେତୃତ୍ୱମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାରେ ଥିବା ସାର ବିକ୍ରୟ କେନ୍ଦ୍ର ଗୁଡିକ ଉପରେ ନିୟମିତ ତଦାରଖ କରିବା ସହିତ କିଭଳି ଭାବେ ଚାଷୀ ମାନେ ରିହାତି ଦରରେ ସାର କ୍ରୟ କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking