ସୌରା ଲିପି ଓ ଭାଷା କୁ ସମ୍ବିଧାନର ଅଷ୍ଟମ ଅନୁଛେଦ ରେ ସାମିଲ କରିବା ଦାବୀ

The demand for inclusion of the Saura script and language in Article VIII of the Constitution

ରାୟଗଡା : ସୌରା ଭାଷା ଓ ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଛେଦ ରେ ସାମିଲ କରିବାକୁ ଜୋର ଧରିଲା ଦାବୀ । ଆଜି ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ଗିରିଧର ଗମାଙ୍ଗ, ପୂର୍ବତନ ଗୁଣୁପୁର ବିଧାୟକ ରାମମୁର୍ତ୍ତି ଗମାଙ୍ଗ, ମାତୃ ଭବନ ସୌରା ସଭାପତି ରାଧାନାଥ ଶବର , ଉପଦେଷ୍ଟା ବ୍ରହ୍ମାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ସୌରା ଭାଷାର ଇତିହାସ, ସୃଷ୍ଟି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ଜଗନ୍ନାଥ ସଂସ୍କୃତି ଓ ଶବର ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ସାନ୍ତାଳ ଭାଷା ପଛରେ ଆସି ସ୍ୱୀକୃତି ପାଇସାରିଥିବା ବେଳେ ଆଦିମ ସୌରା ଭାଷା ଓ ଲିପି 1936ରେ ଉଦ୍ଭାବନ ହୋଇ ଆଜି ପଛରେ ପଡିଛି । ରାଜନୈତିକ ସ୍ତରରେ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ଏହାକୁ ଆଗକୁ ନେବାକୁ ଡ଼ ଗମାଙ୍ଗ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here