38.8 C
Bhubaneswar
Friday, April 19, 2024
Homeଓଡିଶାମସଜିଦ୍‌ରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ ନିଷ୍ପତି

ମସଜିଦ୍‌ରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ ନିଷ୍ପତି

ଯାଜପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ତାର ଉଦ୍ୟମ ଜାରି ରଖିଛି । ଗତକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦୀରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ପାଇଁ ପ୍ରଶାସନ ନିଷ୍ପତି ନେବା ପରେ ଆଜି ମସଜିଦ ଗୁଡିକରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ ନିଷ୍ପତି ହୋଇଛି । ଏ ନେଇ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଂଚଳର ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ନମାଜ ପାଠ କରିବାକୁ ଚାହୁଁଥିବା ବ୍ୟକ୍ତି ମସଜିଦକୁ ନ ଆସି ନିଜ ଘରେ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଥିଲା । ସାହି ମସଜିଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏଥିସହିତ ଯେଉଁମାନେ ଦେଶ ବାହାରୁ ଆସୁଛନ୍ତି ସେମାନଙ୍କ ସୂଚନା ପ୍ରଶାସନକୁ ଜଣାଇବାକୁ ନିବେଦନ କରାଯାଇଛି । ସେମାନେ ହୋମ କ୍ୱାରାଂଟାଇନ ଭାବେ ୧୪ ଦିନ ରହିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ପ୍ରଶାସନର ଏପରି ନିଷ୍ପତିକୁ ସଂଖ୍ୟା ଲଘୁ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଥିଲା ।
https://onakhabar.com/2020/03/19/srimandir-closed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking