26.1 C
Bhubaneswar
Tuesday, May 30, 2023
Homeକରୋନାତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍ ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମୀକ୍ଷା ରିପୋର୍ଟ

ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍ ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମୀକ୍ଷା ରିପୋର୍ଟ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍‌ର ତୃତୀୟ ଲହର ଅବ୍ୟାହତ ରହିଥିବାବେଳେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାପଛରେ ନୂତନ ଭାରିଆଣ୍ଟ୍ ଓମିକ୍ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାସତ୍ତ୍ୱେ ଦ୍ୱିତୀୟ ଲହର ତୁଳନାରେ କୋଭିଡ୍‌ର ଏହି ତୃତୀୟ ଲହର ଆଦୌ ମାରାତ୍ମକ ସାବ୍ୟସ୍ତ ହୋଇପାରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗୁରୁବାର ମନ୍ତ୍ରଣାଳୟ ପକ୍ଷରୁ ୨ୟ ଓ ୩ୟ ଲହର ମଧ୍ୟରେ ଏକ ତୁଳନାତ୍ମକ ରିପୋର୍ଟ ଜାରି କରାଯାଇଛି । ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ କମ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏପରିକି ତୃତୀୟ ଲହରରେ ମାତ୍ର ୨ ପ୍ରତିଶତ ଆକ୍ରାନ୍ତଙ୍କୁ ଡାକ୍ତରଖାନା ଯିବାକୁ ପଡୁଛି । ଅପରପକ୍ଷରେ ମନ୍ତ୍ରଣାଳୟ ଦେଶରେ ତୃତୀୟ ଲହରର ଉପସ୍ଥିତିକୁ ପ୍ରଥମ ଥର ସ୍ୱୀକାର କରିଛି । ରିପୋର୍ଟ ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ ଓ ରାଜସ୍ଥାନର ବଡ ଭୂମିକା ରହିଛି । ଜାନୁଆରୀ ୧୯ ସୁଦ୍ଧା ଶେଷ ହେଉଥିବା ସପ୍ତାହରେ ଦେଶର ୫୧୫ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍ ରେଟ୍ ୫ ପ୍ରତିଶତରୁ ଅଧିକ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବା ଅନୁଯାୟୀ ଗତବର୍ଷ ପ୍ରାରମ୍ଭରେ ଦେଶରେ ଦ୍ୱିତୀୟ ଲହର ଚାଲିଥିବାବେଳେ ୨୦୨୧ ଏପ୍ରିଲ ୩୦ରେ ଦୈନିକ ସଂକ୍ରମଣ ୩,୮୬,୪୫୨ ଏବଂ ମୃତ୍ୟୁସଂଖ୍ୟା ୩୦୫୯ ରହିଥିଲା । ସେହି ତୁଳନାରେ ୨୦୨୨ ଜାନୁଆରୀ ୨୦ରେ ଦୈନିକ ସଂକ୍ରମଣ ୩,୧୭,୫୩୨ ଏବଂ ମୃତ୍ୟୁସଂଖ୍ୟା ୩୮୦ ରହିଥିଲା । ଗତବର୍ଷ ଏପ୍ରିଲ ୩୦ ସୁଦ୍ଧା ଦେଶରେ ଟିକାଧାରୀଙ୍କ ସଂଖ୍ୟା ମାତ୍ର ୨ ପ୍ରତିଶତ ଥିବାବେଳେ ଚଳିତବର୍ଷ ଜାନୁଆରୀ ୨୦ରେ ଏହା ୭୨ ପ୍ରତିଶତକୁ ବୃଦ୍ଧି ପାଇସାରିଛି । ବ୍ୟାପକ ଟିକାକରଣ ଯୋଗୁଁ ଏଥର କୋଭିଡ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେଟା ଜଟିଳ ହେଉନାହିଁ ବୋଲି ଶ୍ରୀ ଭୂଷଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking