24.1 C
Bhubaneswar
Tuesday, May 24, 2022
Homeଓଡିଶାସ୍ତ୍ରୀ ମୃତ୍ୟୁ ଶୁଣି ଫେରୁଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ଘଟଣା : ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ...

ସ୍ତ୍ରୀ ମୃତ୍ୟୁ ଶୁଣି ଫେରୁଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ଘଟଣା : ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରକାଶ ଯେ, ଉକ୍ତ ଗ୍ରାମର ଜଗବନ୍ଧୁ ନାଏକଙ୍କ ପୁଅ ଦିଲ୍ଲୀପ ନାଏକ ନାଠୁଆ ଗ୍ରାମର ଆନନ୍ଦ ଚନ୍ଦ୍ର ଦେହୁରୀଙ୍କ ଝିଅ ଲିସାରାଣୀ ଦେହୁରୀଙ୍କୁ ଗତ ୬ ମାସ ତଳେ ଘରକୁ ନେଇ ଆସିଥିଲେ । ଏହି ପ୍ରେମକୁ ସ୍ୱୀକୃତି ଦେବାକୁ ଦୁଇ ପରିବାର ବସି ଦୁଇଜଣଙ୍କୁ ବିବାହ କରିବାକୁ ଚିନ୍ତା କରିଥିଲେ । ପୁଅ ଘର ଲୋକ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ଝିଅ ଘର ୨ ଲକ୍ଷ ୫୦ ହଜାର ଟଙ୍କା ଧାରକରଜ କରି ଦେଇଥିଲେ। ବକେୟା ଯୌତୁକ କାରଣରୁ ଶ୍ୱଶୁର ଘର ଲୋକଙ୍କ ଆକ୍ରୋଶର ଶିକାର ହୋଇ ଲିପ୍‌ସା ମାଡ ଖାଇଥିଲେ ।

ଏହା ଉଗ୍ରରୂପ ନେଇ ଶାଶୂଘର ଲୋକ ଲିପ୍‌ସାଙ୍କୁ ମାରି ମୃତଦେହକୁ ଫ୍ୟାନରେ ଟାଙ୍ଗି ଦେଇଥିଲେ । ଲିପସାଙ୍କ ସ୍ୱାମୀ କୌଣସି କାମରେ ମନ୍ଦାର ଯାଇଥିବା ସମୟରେ ଖବରପାଇଘରକୁ ଫେରୁଥିବା ସମୟରେ ବିଶ୍ୱନାଥପୁରଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଝିଅ ଘର ପକ୍ଷରୁ ଯୌତୁକ ନିର୍ଯାତନାରେ ବଧୂହତ୍ୟା ଅଭିଯୋଗ ହୋଇଥିଲା । ସଦର ପୁଲିସ ଦମ୍ପତିଙ୍କ ଶବକୁ ଘଟଣାସ୍ଥଳରୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking