38.1 C
Bhubaneswar
Tuesday, April 23, 2024
Homeଅପରାଧସରକାରୀ କ୍ୱାର୍ଟର୍ସରେ ଝୁଲୁଛି କନେଷ୍ଟବଳଙ୍କ ମୃତଦେହ: ରହସ୍ୟ ଭିତରେ ମୃତ୍ୟୁର କାରଣ

ସରକାରୀ କ୍ୱାର୍ଟର୍ସରେ ଝୁଲୁଛି କନେଷ୍ଟବଳଙ୍କ ମୃତଦେହ: ରହସ୍ୟ ଭିତରେ ମୃତ୍ୟୁର କାରଣ

ବାଲେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଝୁଲୁଛି ସରକାରୀ ବାବୁଙ୍କ ମୃତ ଶରୀର । ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟର କନେଷ୍ଟବଳ କରୁଣାକର ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ମାମଲାର ଖୋଳତାଡ ଆରମ୍ଭ କରିଛି ବାଲେଶ୍ୱର ପୋଲିସ ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ କନେଷ୍ଟବଳ କରୁଣାକର ଜେନାଙ୍କର ଆଜି ମୃତଦେହ ଠାବ ହୋଇଛି । ସରକାରୀ କ୍ୱାର୍ଟର୍ସରୁ କରୁଣାକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ବାଲେଶ୍ୱର ପୋଲିସ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଘଟଣାସ୍ଥଳରେ ବାଲେଶ୍ୱର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଖୁବଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking