34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସୁପରଟେକ୍ ଟ୍ୱିନ୍ ଟାୱାର୍ ଭଙ୍ଗା ତାରିଖ ୨୮କୁ ଘୁଞ୍ଚିଲା

ସୁପରଟେକ୍ ଟ୍ୱିନ୍ ଟାୱାର୍ ଭଙ୍ଗା ତାରିଖ ୨୮କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ନୋଇଡାସ୍ଥିତ ସୁପର୍‌ଟେକ୍‌ର ଏମ୍‌ରାଲ୍ଡ ପ୍ରୋଜେକ୍ଟରେ ନିର୍ମିତ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର୍ ଏବେ ଅଗଷ୍ଟ ୨୧ ପରିବର୍ତ୍ତେ ଅଗଷ୍ଟ ୨୮ ତାରିଖରେ ଭଙ୍ଗାଯିବ । ଯଦି କୌଣସି ବୈଷୟିକ ସମସ୍ୟା ଏବଂ ଖରାପ ପାଣିପାଗ ଯୋଗୁଁ ଅଗଷ୍ଟ ୨୮ରେ ଏହା ଭଙ୍ଗାଯାଇ ନପାରେ, ତେବେ ସମୟସୀମା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଶୁକ୍ରବାର ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଅଗଷ୍ଟ ୨୧ ତାରିଖରେ ଏହା ଭାଙ୍ଗିବା ପାଇଁ ପୂର୍ବରୁ ଆଦେଶ ଦେଇଥିଲେ । ନିୟମ ଉଲ୍ଲଂଘନ କରି ଏହି ଟାୱାର୍ ନିର୍ମାଣ କରାଯାଇଥିବାରୁ ଏହା ଅବୈଧ ଘୋଷିତ ହୋଇଥିଲା । ଟେକ୍‌ନିକ୍ ଏବଂ ପାଣିପାଗ କାରଣରୁ ଏହି ବିଶାଳ ଟାୱାର୍‌କୁ ଭାଙ୍ଗିବା କାର୍ଯ୍ୟରେ କିଛି ସମୟ ବିଳମ୍ବ ହେବାର ସମ୍ଭାବନା ଥିବାରୁ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ଭଙ୍ଗା କାର୍ଯ୍ୟରେ ସମ୍ପୃକ୍ତ ଏଜେନ୍ସିକୁ ଏକ ସପ୍ତାହର ‘ବ୍ୟାଣ୍ଡୱିଡ୍‌ଥ୍‌’ ମଞ୍ଜୁର କରିଛନ୍ତି ।

ଏହା ସହିତ ଟାୱାର୍ ଭଙ୍ଗା କାର୍ଯ୍ୟରେ ସଂଶ୍ଳିଷ୍ଟ ଏଜେନ୍ସିଙ୍କୁ ସହଯୋଗ କରିବା ନିମନ୍ତେ ସର୍ବୋଚ୍ଚ କୋର୍ଟ ସୁପର୍‌ଟେକ୍ ମ୍ୟାନେଜମେଣ୍ଟ୍‌କୁ କହିଛନ୍ତି । ଏହା ପୂର୍ବରୁ ମେ ୧୭ରେ କୋର୍ଟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଟ୍ୱିନ୍ ଟାୱାର୍ ଭଙ୍ଗା ପାଇଁ ସମୟସୀମା ଅଗଷ୍ଟ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଇଣ୍ଟରିମ୍ ରିସଲ୍ୟୁସନ୍ ପ୍ରଫେସନାଲ୍ (ଆଇଆର୍‌ପି)ର ଅନୁରୋଧକ୍ରମେ ସର୍ବୋଚ୍ଚ କୋର୍ଟ ଏହି ସମୟସୀମା ମେ ୨୨ରୁ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ତିନିମାସ ବୃଦ୍ଧି କରିଥିଲେ । ଫେବୃଆରୀ ୨୮ରେ ନୋଇଡା କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ ଯେ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି ଏବଂ ମେ ୨୨ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking