30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି । ଭୁବନେଶ୍ୱର ଏଡିଜେ -୩ ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ କରିଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ଏହା ପୂର୍ବରୁ ଏସଡିଜେଏମ କୋର୍ଟ ମଧ୍ୟ ବିଧାୟକଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ଝାରପଡା ଜେଲ୍‌ରେ ଅଛନ୍ତି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଡିସେମ୍ବର ୪ରେ ଜାମିନ ଆବେଦନ କରିଥିଲେ। ୩ ତାରିଖରେ ଏସଡିଜେଏମ କୋର୍ଟରେ ଜାମିନ ଖାରଜ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking