37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାରତୀୟ ନୌସେନା ପାଇଁ ନିର୍ମିତ ଦେଶର ପ୍ରଥମ ପାସେଞ୍ଜର୍ ଡ୍ରୋନ୍‌

ଭାରତୀୟ ନୌସେନା ପାଇଁ ନିର୍ମିତ ଦେଶର ପ୍ରଥମ ପାସେଞ୍ଜର୍ ଡ୍ରୋନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଭାରତୀୟ ନୈସେନା ପାଇଁ ଦେଶର ପ୍ରଥମ ପାସେଞ୍ଜର୍ ଡ୍ରୋନ୍ ନିର୍ମାଣ କରାଯାଇଛି । ଡ୍ରୋନ୍‌ର ନାମ ବରୁଣ । ବରଣ ୧୩୦ କେଜି ଓଜନ ବହନ ସହିତ ୩୩ ମିନିଟ୍‌ରେ ୨୫ କିଲୋମିଟର ଯାତ୍ରା କରିପାରିବ । ପୁଣେର ସାକନ୍ ସାଗର ଡିଫେନ୍ସ ଇଞ୍ଜିନିୟରିଂ କମ୍ପାନୀ ବରୁଣର ନିର୍ମାଣ କରିଛି । ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ ଡ୍ରୋନ୍‌ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୋସିଆଲ୍ ମିଡିଆ ଆକାଉଣ୍ଟ୍‌ରେ ଏହାର ଭିଡିଓ ମଧ୍ୟ ଶେୟାର୍ କରାଯାଇଥିଲା ।

ଶୂନ୍ୟରେ ଟେକ୍‌ନିକ୍ ତ୍ରୁଟି ହେଲେ ଡ୍ରୋନ୍ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସକ୍ଷମ ବୋଲି କମ୍ପାନୀ ସୂତ୍ରରୁ ଜଣାଯାଇଛି । ଏଥିରେ ଏକ ପାରାସୁଟ୍ ରହିଛି, ଯାହା ଏମର୍ଜେନ୍ସି କିମ୍ବା ଟେକ୍‌ନିକାଲ୍ ତ୍ରୁଟି ସମୟରେ ଆପେ ଆପେ ଖୋଲିଯିବ । ଏହା ସହିତ ବରୁଣର ବ୍ୟବହାର ଏୟାର୍ ଆମ୍ବୁଲାନ୍ସ ଏବଂ ଦୂର ସ୍ଥାନକୁ ସାମଗ୍ରୀ ପରିବହନରେ ମଧ୍ୟ କରାଯାଇପାରିବ । ଡ୍ରୋନ୍‌ଟି ସମ୍ପୂର୍ଣ୍ଣ ଅଟୋମେଟିକ୍ ହୋଇଥିବା ବେଳେ ନେଭି ଅଧିକାରୀ କେବଳ ଏଥିରେ ବସିବା ପରେ ସେ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇପାରିବ । ଆଗାମାୀ ତିନିମାସ ମଧ୍ୟରେ ଏହାର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking