39.1 C
Bhubaneswar
Tuesday, April 23, 2024
Homeକରୋନାଦେଶରେ ବଢ଼ୁଛି କରୋନା ଆରୋଗ୍ୟ ହାର

ଦେଶରେ ବଢ଼ୁଛି କରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ଣ୍ଟାରେ ରେକର୍ଡ଼ ସଂଖ୍ୟକ ୮ଲକ୍ଷ ୯୯ହଜାର କରୋନା ଟେଷ୍ଟ ହୋଇଛି । ଟେଷ୍ଟ ହାର ବଢ଼ୁଥିଲେ ବି ପଜିଟିଭ ହାର ଲଗାତାର କମି ଚାଲିଛି । ଗତ ସପ୍ତାହରେ ପଜିଟିଭ ହାର ୧୦.୦୩ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ୭.୭୨ ପ୍ରତିଶତ ରହିଛି । ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଉଥିବାରୁ ଆରୋଗ୍ୟ ହାର ବଢ଼ୁଛି ।
ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ୭୩ ପ୍ରତିଶତ ହୋଇଥିବା ସୂଚନା ଦିଆଯାଇଛି । । ଜୁଲାଇରେ ମୃତ୍ୟୁହାର ୨.୮୯ ପ୍ରତିଶତ ଥିଲା ବେଳେ ଏବେ ୧.୯୪ ପ୍ରତିଶତ ରହିଛି । ମୃତ୍ୟୁହାର ୧ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଆମକୁ ପୂର୍ବ ଅପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ । କେବଳ ଜୁଲାଇରେ ଭାରତ ୨୩ଲକ୍ଷ ପିପିଇ କିଟ୍ ରପ୍ତାନି କରିଛି । ଆମେରିକା, ବ୍ରିଟେନ, ୟୁଏଇ, ସେନେଗାଲ, ସ୍ଲୋଭେନିଆକୁ ରପ୍ତାନି ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking