ମାଲକାନଗିରି : ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜନ ଆହତ। ଆହତ ମାନଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନରେ ଅନାକାଡେଲି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ହଣ୍ଡ୍ରାହାଲ ପାଖରେ କମାଣ୍ଡର ଭାରସାମ୍ୟ ହରାଇ ଘାଟି ତଳକୁ ପଡି ଯାଇଥିଲା ଫଳରେ କମାଣ୍ଡର ବସିଥିବା ଯାତ୍ରୀ ମାନେ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ମୁଦୁଲିପଡ଼ା ପୋଲିସ ପହଞ୍ଚି ଛାନବିନ କରୁଛନ୍ତି।