29.1 C
Bhubaneswar
Saturday, April 20, 2024
Homeଓଡିଶାମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ

ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡା: ଅଟକିଲା ବ୍ରହ୍ମତାଳଧ୍ୱାଜ ରଥ । ମନ୍ଦିରରୁ କିଛିବାଟ ଗଡ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । କନ୍ଦ୍ରୋପଡ଼ାରେ ରଥଟଣା ବେଳେ ଫୁଟ୍‌ପାଥରେ ଲାଗିଲା ରଥଚକ । ମନ୍ଦିରରୁ କିଛି ବାଟ ଗଢ଼ିବା ପରେ ଅଟକିଲା ବ୍ରହ୍ମତାଳଧ୍ୱଜ ରଥ । ୫ ଘଣ୍ଟା ବିତିଲା ହେଲେ ୫୦ ମିଟର ଗଲାନାହିଁ କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଗତକାଲି ଲଗାଣ ବର୍ଷା ଓ ରଥ ମୋଡ଼ ବାଙ୍କିଯିବାରୁ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହୋଇ ଦେବୋତ୍ତର ବିଭାଗ ଠାରୁ ମାତ୍ର କେଇମିଟର ଦୂରରେ ଅଟକିଥିଲା ରଥ । ତେବେ ଗତକାଲି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ସେବାୟତମାନଙ୍କ ବୈଠକ ବସି ଆଜି ପୂର୍ବାହ୍ନ ୧୦ ଘଟିକାରୁ ରଥ ଟଣାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ମୁତାବକ ଆଜି ପୂର୍ବାହ୍ନ ୧୦ ଘଟିକାରୁ ରଥ ଟଣା ଆରମ୍ଭ ହୋଇ ଥିବାବେଳେ ଏପର୍ଯ୍ୟନ୍ତ ରଥ ଗତକାଲିରୁ ଅଟକିଥିବା ସ୍ଥାନରୁ ମାତ୍ର ୨୦ ମିଟର ଆଗକୁ ଯାଇ ଅଟକି ରହିଛି । ଭକ୍ତମାନେ ଏହାକୁ ମହାପ୍ରଭୁ ରୋଷ କରିଛନ୍ତି କହୁ ଥିବାବେଳେ ତ୍ରୁଟିଯୁକ୍ତ ରଥ ନିର୍ମାଣ ଓ ରଥ ନିର୍ମାଣ ସମୟରେ ପୂର୍ତ୍ତ ବିଭାଗ ଅଧିକାରୀ ଏହାକୁ ସଠିକ ଭାବରେ ତଦାରଖ କରିନଥିବାରୁ ରଥ ବାମ ପଟ ମାଡି ଯାଉଥିବା ଅଭିଯୋଗ କରିଛନ୍ତି । ସେପଟେ ଏନେଇ କୌଣସି ଅଧିକାରୀ ମୁହଁ ଖୋଲିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking