39.1 C
Bhubaneswar
Wednesday, April 24, 2024
Homeଓଡିଶାକିରାସିନି ହେରଫେର ମାମଲା: ତତ୍କାଳୀନ ଗ୍ରାମସେବକ ଓ ସରପଞ୍ଚଙ୍କୁ ଏକବର୍ଷ ଜେଲ୍

କିରାସିନି ହେରଫେର ମାମଲା: ତତ୍କାଳୀନ ଗ୍ରାମସେବକ ଓ ସରପଞ୍ଚଙ୍କୁ ଏକବର୍ଷ ଜେଲ୍

ବ୍ରହ୍ମପୁର: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ହୋଇଥିବା କିରାସିନି ହେରଫେର ମାମଲାର ଆଜି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ) ବିଷ୍ଣୁପ୍ରସାଦ ମିଶ୍ର ଶୁଣାଣି କରିଥିଲେ । ଉପଯୁକ୍ତ ପ୍ରମାଣକୁ ଆଧାର କରି ତତ୍କାଳୀନ ଫୁଲବାଣୀ ଜିଲ୍ଲା ଫୁଲବାଣୀ ବ୍ଲକ ଅଧିନସ୍ତ ଆଲାମୀମ ଗ୍ରାମପଞ୍ଚାୟତର ସରପଞ୍ଚ ଓ ଗ୍ରାମସେବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ଏକ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୧ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୧ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ ରାୟ ଦେଇଛନ୍ତି ।

ଅଭିଯୁକ୍ତମାନେ ହେଲେ ସରପଞ୍ଚ ବିଭୀଷଣ ମଲିକ(୬୨) ଓ ଗ୍ରାମସେବକ ଚନ୍ଦ୍ରକାନ୍ତ ବେହେରା (୫୪) । ଚନ୍ଦ୍ରକାନ୍ତ ବେହେରା ବର୍ତ୍ତମାନ କନ୍ଧମାଳ ଜିଲା ପଣ୍ଡାଙ୍ଗି ବ୍ଲକରେ ଗ୍ରାମସେବକ ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନାଯୋଗ୍ୟ ଯେ ଫୁଲବାଣୀ ଜିଲ୍ଲାର ଆଲାମୀ ଗ୍ରାମ ପଞ୍ଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିରାସିନି ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଗତ ୨୦୦୯ ଜୁଲାଇ ୨୨ ତାରିଖରେ ଭିଜିଲାନ୍ସ ଟିମ ଫୁଲବାଣୀ ବ୍ଲକର ଆଲାମୀ ଗ୍ରାମ ପଞ୍ଚାୟତ କିରାସିନି ଡ଼ିପୋରେ ଚଢ଼ାଉ କରି ଯାଞ୍ଚ କରିଥିଲା । ପଞ୍ଚାୟତ ପାଇଁ ଯୋଗାଣ ହୋଇଥିବା କିରାସିନି ଷ୍ଟକ ଭିଜିଲାନ୍ସ ଟିମ ଯାଞ୍ଚ ବେଳେ ୫୬୧ ଲିଟର କିରାସିନି କମ ରହିଥିବା ଜଣାପଡିଥିଲା । ଭିଜିଲାନ୍ସ ବିଭାଗ ମାମଲା ନଂ ୨୫/୦୯ରେ ଉକ୍ତ ପଞ୍ଚାୟତର ସରପଞ୍ଚ ବିଭୀଷଣ ମଲିକ ଓ ଗ୍ରାମ ସେବକ ଚନ୍ଦ୍ରକାନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking