26.1 C
Bhubaneswar
Friday, March 29, 2024
Homeଓଡିଶାସର୍ଟସର୍କିଟ ଯୋଗୁଁ ଗାଡ଼ିରେ ଲାଗିଲା ନିଆଁ, ଜଣେ ଗୁରୁତର

ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ଲାଗିଲା ନିଆଁ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ନରଣପୁର ବ୍ରାହ୍ମଣିପାଳ ରାସ୍ତା ରାମଚନ୍ଦ୍ରପୁର ନିକଟରେ ସଟ ସର୍କିଟ ପାଇଁ ଚଳନ୍ତା କାରରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି କାର । 3 ଯାତ୍ରୀ ଅଳ୍ପକେ ବର୍ତୀ ଗଲେ ଏକ ବଡ ଧରଣର ଦୁର୍ଘଟଣାରୁ । ଗାଡ଼ିରେ ଥିବା ଯାତ୍ରୀଙ୍କ କହିବା ଅନୁଯାୟୀ ସେମାନେ ଏକ କାର ରେ ଯାଉଥିବା ସମୟରେ ହଟାତ ଆଗରୁ ଇଞ୍ଜିନରୁ ଧୂଆଁ ବାହାରି ଥିଲା । ସେମାନେ ଓଲ୍ହାଇ ଧୂଆଁ କେଉଠୁ ବାହାରୁଛି ଦେଖୁ ଦେଖୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଉଠିଲା । ଭୟରେ ସେମାନେ ଦୂରକୁ ପଳାଇଲେ । ନିଆଁ ବଢିବା ଶହ ଗାଡିର ଟାୟାର ଫାଟି ପ୍ରଚଣ୍ଡ ଶବ୍ଦ କରିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଛିଡା ହୋଇ ରହିଛି । ଘଟଣା ସ୍ଥଳରେ ଭୟଭୀତ ହୋଇ ଲୋକ ଏୟାଡେ ସେଆଡ଼େ ଦୌଡ଼ିବା ସମୟରେ ଚକତଳେ ଜଣେ ଲୋକ ଚାପି ହୋଇ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ଏବେ ଦମକଳ ବାହୀନ ପହଁଚି ନିଆଁ କୁ ଆୟତ କରିବା ସହ ଗୁରୁତର ଜଣକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking