30.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ୟାସନଗର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବ୍ୟାସନଗର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁର(ଓଏନ୍‌ଏ): ବର୍ତ୍ତମାନ ବିଶ୍ୱରେ କରୋନା ଭୁତାଣୁର ମହାମାରୀ ରୂପ ନେଇଛି । ଦେଶ ଓ ରାଜ୍ୟରେ ମଧ୍ୟ ଦେଖାଦେଇଛି । ଏହାକୁ ମୁକାବିଲା କରିବା ପାଇଁ ଆଗୁତୁରା ପଦକ୍ଷେପ ନିଆଯାଉଛି । କିନ୍ତୁ ବ୍ୟାସନଗର ପୌରପରିଷଦରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଡ୍ରେନ୍ ଗୁଡ଼ିକ ସଫା ନ ହେଉଥିବାରୁ ସେଠାରେ ସାଲୁବାଲୁ ପୋକମାନେ ଦେଖାଯାଉଛନ୍ତି । ସେଥିରୁ ଦୁର୍ଗନ୍ଧ ବାହାରି ପରିବେଶକୁ ଦୂଷିତ କରୁଛି । ସେହି ଡ୍ରେନ୍ କଡ଼ରେ ବସିଥିବା ପରିବା ଓ ଦୋକାନୀମାନେ ବସୁଛନ୍ତି । ଦୋକାନୀ ଓ ଗରାଖମାନେ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡ଼ିଛନ୍ତି । ସେହି ପୋକ ଫଳ ଓ ପରିବାରେ ଡ୍ରେନ୍‌ରୁ ବାହାରୁ ଚାଲୁଛନ୍ତି । ରାସ୍ତାକଡ଼ରେ ଥିବା ବଡ଼ ବଡ଼ ମହଲ ମାନଙ୍କ ସମ୍ମୁଖରେ ଥିବା ଡ୍ରେନ୍ ଉପରେ ବଡ଼ ବଡ଼ ସ୍ଲାବ୍ ପକାଇ କଂକ୍ରିଟ କରି ଦେଇଥିବାରୁ ଡ୍ରେନ୍ ସଫା ନ ହୋଇ ଡ୍ରେନ୍‌ଜଳ ନିଷ୍କାସନ ହୋଇପାରୁନାହିଁ । ଜଳ ନିଷ୍କାସନ ନ ହେବା ଦ୍ୱାରା ସେ ଅଂଚଳଟି ଦୁର୍ଗନ୍ଧମୟ ହେଉଛି । ପୌରପରିଷଦ ପକ୍ଷରୁ ଡ୍ରେନରେ ବ୍ଲିଂଚି ପାଉଡ଼ର ଓ ଫିନାଇଲ୍ ପକାଯାଉନି କି ଡ୍ରେନକୁ ଠିକ୍ ଭାବରେ ସଫା କରାଯାଉନି ।
ଏହି ପରିମଳ ବ୍ୟବସ୍ଥାକୁ ସଫା ସୁତୁରା କରି ରଖିବା ପାଇଁ ଜାଗୃତି ଠିକା ସଂସ୍ଥା ଦାୟିତ୍ୱ ନେଇଛି । ଉକ୍ତ ସଂସ୍ଥା ସଫା ନ କରି ଲକ୍ଷ ଲକ୍ଷ ଟଙ୍କା ବିଲ୍ ନେଉଛି । ଏଥିପ୍ରତି ପୌର ପ୍ରଶାସନ କିପରି ଠିକା ସଂସ୍ଥା କୁ ବ୍ୟୟ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୌର ପରିଷଦରେ ଲୋକ ଦେଖାଣିଆ ଟ୍ୟାପ୍ ନିକଟରେ ସାବୁନ୍ ଓ ଫିନାଇଲ୍ ବୋତଲ ରଖିଛନ୍ତି । ହାତ ଧୋଇ ଅଫିସ୍ ଆସ ବୋଲି କୁହାଯାଉଛି । ଏହି ସହରର ଲୋକ ସଂଖ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିଲାବେଳେ ପରିମଳ ବ୍ୟବସ୍ଥା ଦୃଷ୍ଟି ଦିଆଯାଉନାହିଁ । କରୋନା ମହାମାରୀ ଦେଖାଦେଇଛି । ବ୍ୟାସନଗର ସହରରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ଯୋଗୁଁ ସହରବାସୀଙ୍କ ଚିନ୍ତା ଘାରିଛି । ଭୁବନେଶ୍ୱରରେ କରୋନା ରୋଗରେ ଚିକିତ୍ସିତ ହେଉଥିବା ରୋଗୀ ଜଣଙ୍କ ୫ଦିନ ଧରି ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା । ସେହି ବଗିରେ କହ୍ନେଇପୁର ଅଂଚଳର ମମତା ସିଂ ନାମକ ଭଦ୍ର ମହିଳାଙ୍କୁ କରୋନା ଭୁତାଣୁ କାଳେ ବ୍ୟାପିଥିବ ସେଥିପାଇଁ ଯାଜପୁର ରୋଡ଼ ପୋଲିସ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଇ ଥିବାରୁ ବ୍ୟାସନଗର ସହରରେ କରୋନାର ଭୟ ସମଗ୍ର ସହର ଆଖ ପାଖ ଅଂଚଳରେ ଖେଳିଯାଇଛି । ଆତଙ୍କିତ ଅବସ୍ଥାରେ ସହରବାସୀ ରହିଛନ୍ତି । ମାସ୍କ ମୁହଁରେ ଦେବା ପାଇଁ ଔଷଧ ଦୋକାନରେ ମିଳୁନାହିଁ । ଯେଉଁ ଔଷଧରେ ମିଳୁଛି ଉଚ୍ଚା ଦରରେ ବିକ୍ରି କରାଯାଉଛି । ସହରର ସ୍ୱଚ୍ଛତା ଓ କରୋନା ରୋଗର ସଚେତନତା ଗୁରୁତ୍ୱସହ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking