29.1 C
Bhubaneswar
Sunday, September 29, 2024
Homeଓଡିଶାପୋଲିସ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଲା ବସ୍ ମାଲିକ ସଂଘ

ପୋଲିସ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଲା ବସ୍ ମାଲିକ ସଂଘ

ଭୁବନେଶ୍ୱର: ରାଜ୍ୟର କୁହାଳିଆ ପୋଲିସ ପାରିବା ପଣିଆ ପଦାରେ ପଡ଼ିଲା। ଡ୍ରାଇଭର ଆନ୍ଦୋଳନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଣି ଫୋଟକା ପରି ମିଳେଇ ଯାଇଛି। ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ପୋଲିସ। ଯେଉଁଥିପାଇଁ ବସ୍ କର୍ମଚାରୀମାନେ ଅପମାନିତ ହେଲେ। ମାଡ଼ ଖାଇଲେ। ଯାତ୍ରୀଙ୍କୁ ରାସ୍ତାରେ ଛାଡ଼ି ଫେରିବା ପାଇଁ ବାଧ୍ୟ ହେଲେ। ଆଜି ସଧ୍ୟା ସୁଦ୍ଧା ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କ୍ଲିଅର ନହେଲେ ଆସନ୍ତା କାଲିଠାରୁ ବସ୍ ଚଳାଚଳ ବନ୍ଦ କରିବୁ। ସକାଳ ୧୦ରୁ ୧୧ଟା ପର‌୍ୟ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ କରିବୁ। ଏନେଇ ଚେତାବନୀ ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking