29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଗୁଜୁରାଟ ଉପକୂଳରୁ ୩ ପାକିସ୍ତାନୀ ବୋଟ ଜବତ କଲେ ବିଏସ୍‌ଏଫ୍

ଗୁଜୁରାଟ ଉପକୂଳରୁ ୩ ପାକିସ୍ତାନୀ ବୋଟ ଜବତ କଲେ ବିଏସ୍‌ଏଫ୍

ଅହମ୍ମଦାବାଦ: ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମାଛଧରା ବୋଟ । ଆଜି ଗୁଜୁରାଟର ହାରାମୀ ନଳା ଅଞ୍ଚଳରୁ ୩ ପାକିସ୍ତାନୀ ମାଛଧାର ବୋଟକୁ ଜବତ କରିଛି ସୀମା ସୁରକ୍ଷା ବଳ । ଆଜି ପାଟ୍ରୋଲିଂ ସମୟରେ ବିଏସଏଫକୁ ଏହି ସଫଳତା ମିଳିଛି । ସେଥିରେ ଥିବା ପାକିସ୍ତାନୀ ମତ୍ସ୍ୟଜୀବୀ କିନ୍ତୁ ପାଟ୍ରୋଲିଂ ଟିମକୁ ଚମକା ଦେଇ ପାକିସ୍ତାନ ସୀମାକୁ ଖସି ଯିବାରେ ସଫଳ ହୋଇଛନ୍ତି । ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରିଛି । ଉକ୍ତ ବୋଟକୁ ଯାଞ୍ଚ ମଧ୍ୟ ଜାରି ରହିଛି ।

ଜାଲ ସମେତ କିଛି ମାଛଧରା ସାମଗ୍ରୀ ସେଠାରୁ ଜବତ କରିଛି ସୁରକ୍ଷା ବଳ । ତେବେ ଭାରତୀୟ ଜଳ ସୀମାରେ ପଶି ମାଛ ଧରିବା ବେଳେ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ ହେବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ନିକଟରେ ଏକ ପାକିସ୍ତାନୀ ବୋଟ ସହ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିଲା ବିଏସଏଫ । ଏହି ଘଟଣାରେ ୯ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ନିଶା କାରବାର ରାକେଟ ପାକିସ୍ତାନର କରାଚୀରୁ କରାଯାଇଥିବା ସନ୍ଦେହ କରିଥିଲା ପୋଲିସ । ତେବେ କଡା ପାଟ୍ରୋଲିଂ ସତ୍ତ୍ୱେ ମଧ୍ୟ ବାରମ୍ବାର ଏପରି ଅନୁପ୍ରବେଶ ଭାରତୀୟ ତଟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking