27.1 C
Bhubaneswar
Friday, August 12, 2022
Homeଅପରାଧନିଜ ବାହାଘରରେ ସାଙ୍ଗକୁ ଗୁଳି ମାରିଲା ବର, କାରଣ କ’ଣ ଜାଣନ୍ତୁ....

ନିଜ ବାହାଘରରେ ସାଙ୍ଗକୁ ଗୁଳି ମାରିଲା ବର, କାରଣ କ’ଣ ଜାଣନ୍ତୁ….

ନୂଆଦିଲ୍ଲୀ: ଏବେ ବାହାଘର ଋତୁ ଚାଲିଥିବା ବେଳେ ଅନେକ ଭିଡିଓ ସାମ୍ନାକୁ ଆସୁଛି । କିନ୍ତୁ ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବର ନିଜ ବାହାଘରରେ ସାଙ୍ଗକୁ ଗୁଳିକରି ହତ୍ୟା କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବ୍ରହ୍ମାନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାର ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଉତ୍ସବର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ, ସୋନଭଦ୍ର ଅଞ୍ଚଳରେ ମନୀଷ ମଧେଷିଆ ଏକ ଘୋଡ଼ାଗାଡ଼ିରେ ବସି ବିବାହ ପାଇଁ ଯାଉଥିଲେ ।

ସେଠାକାର ରୀତି ଅନୁଯାୟୀ ବରଯାତ୍ରୀରେ ଗୁଳି ଫୁଟେଇବାକୁ ସେ ଇଚ୍ଛା କରିଥିଲେ । ବାବୁ ଲାଲ ଯାଦବ ନାମକ ସାଙ୍ଗ ସେହି ବରଯାତ୍ରୀରେ ସାମିଲ ଥିଲେ । ସେ ସେନାରେ କାର୍ଯ୍ୟ କରନ୍ତି । ବାବୁ ଲାଲଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନେଇ ମନୀଷ ଘୋଡ଼ା ଗାଡ଼ି ଉପରୁ ଆକାଶକୁ ଗୁଳି ଚଳାଇଥିଲେ । କିନ୍ତୁ ଭୁଲ୍ ବଶତଃ ଗୁଳି ବାବୁ ଲାଲଙ୍କ ଦେହରେ ବାଜିଥିଲା । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଗୁଳି ଚଳାଇଥିବା ବରକୁ ପୋଲିସ ଗିରଫ କରିଛି । ଘଟଣା ସଂପର୍କରେ ବାବୁଲାଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking