27.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମିକର ଅନୁରୋଧ ରଖୁଥିଲେ ପ୍ରେମିକା, ସାଥି ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ....

ପ୍ରେମିକର ଅନୁରୋଧ ରଖୁଥିଲେ ପ୍ରେମିକା, ସାଥି ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ….

ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ୟୁନିଭରସିଟି ଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି । ପ୍ରେମିକାଙ୍କ ହଷ୍ଟେଲର ଝିଅମାନଙ୍କର ନଗ୍ନ ଫଟୋ ଏବଂ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି । କେବଳ ଏତିକି ନୁହେଁ ପୋଲିସ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁଯାୟୀ, ରାମନାଥପୁରମ୍ କାମୁଡିର ଡାକ୍ତର ଆଶିକ୍ ଏବଂ ମଦୁରାଇର ବିଏଡି ଛାତ୍ରୀ ତଥା ପ୍ରେମିକା ଜନନୀଙ୍କୁ ଆଇପିସି ଏବଂ ଆଇଟି ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି । ମଦୁରାଇ ପୋଲିସର ସୂଚନାନୁସାରେ, ପ୍ରେମିକା ଜଣକ ତାଙ୍କ ହଷ୍ଟେଲ ସାଥୀଙ୍କ ଫଟୋ ଏବଂ ଭିଡିଓ ତିଆରି କରୁଥିଲେ । ସାଥୀ ଝିଅ ମାନେ ପୋଷାକ ବଦଳାଇବା କିମ୍ବା ଗାଧେଇବା ସମୟରେ ସେ ଏହି କାର୍ଯ୍ୟ କରୁଥିଲେ । ତା’ପରେ ସେ ଏହି ଭିଡିଓ ଏବଂ ଫଟୋ ଗୁଡ଼ିକୁ ହ୍ୱାଟ୍‌ସଆପ୍‌ରେ ନିଜ ଡାକ୍ତର ପ୍ରେମିକଙ୍କ ନିକଟକୁ ପଠାଉଥିଲେ ।

ଦିନେ ଏପରି କାର୍ଯ୍ୟ କରିବା ସମୟରେ, ତାଙ୍କର ଜଣେ ହଷ୍ଟେଲ ସାଥୀ ଏ ବିଷୟରେ ଜାଣିବାକୁ ପାଇଲେ । ଆଉ ଯେତେବେଳେ ସେ ଏବଂ ଅନ୍ୟ ହଷ୍ଟେଲ ସାଥୀମାନେ ତାଙ୍କ ଫୋନ୍ ଯାଞ୍ଚ କରିଥିଲେ, ସେମାନେ ତାଙ୍କ ଫଟୋ ଗ୍ୟାଲେରୀରେ ଅନେକ ଅନ୍ତରଙ୍ଗ ଭିଡିଓ ଏବଂ ଫଟୋ ପାଇଥିଲେ । ଏନେଇ ସେମାନେ ମଦୁରାଇ ଆନ୍ନା ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପରେ ଅଭିଯୋଗକୁ ସାଇବର କ୍ରାଇମ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଆଶିକ୍ ଦ୍ୱାରା ପରିଚାଳିତ କ୍ଲିନିକରେ ଏକାଠି କାମ କରୁଥିବାବେଳେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ଥିବା ପୋଲିସ କହିଛି । ଜନନୀ ପ୍ରଥମେ ନିଜର ନଗ୍ନ ଭିଡିଓ ଦେଇଥିଲେ କିନ୍ତୁ ପରେ ତାଙ୍କ ପ୍ରେମିକଙ୍କ ଅନୁରୋଧକୁ ରକ୍ଷା କରି ହଷ୍ଟେଲରେ ସାଥିଙ୍କ ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ପଠାଇବା ଆରମ୍ଭ କରିଥିଲେ । ଉଭୟ ମୋବାଇଲ୍ ଫୋନ୍ ଜବତ କରାଯାଇ ତଥ୍ୟ ପୁନରୁଦ୍ଧାର ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଆଶିକ୍ ଭିଡିଓଗୁଡିକୁ କାହାକୁ ପଠାଇଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking