39.2 C
Bhubaneswar
Thursday, April 18, 2024
Homeଓଡିଶାଅନୁଗୁଳବାହା ହେବାକୁ ରାଜି ହେଉନି ପ୍ରେମିକ, ଘର ଆଗରେ ଧାରଣାରେ ପ୍ରେମିକା

ବାହା ହେବାକୁ ରାଜି ହେଉନି ପ୍ରେମିକ, ଘର ଆଗରେ ଧାରଣାରେ ପ୍ରେମିକା

ଅନୁଗୋଳ: ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା । ବିବାହ ପାଇଁ ପ୍ରମିକ ରାଜି ନ ହେବାରୁ ପ୍ରେମିକା ଦେଉଛି ଧାରଣା । ଆଜି ଏଭଳି ଏକ ଘଟଣା ନଜର ଆସିଛି ଅନୁଗୋଳ ଜିଲ୍ଲାରୁ । ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା କଣଲୋଇ ଗାଁ ରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ ଏବେ ବାହା ହେବାକୁ ମନା କଲା ପ୍ରେମିକ । ତେଣୁ ଏନେଇ ପ୍ରେମିକା ଆସି ପ୍ରେମିକ ଦୁଆରେ ଧାରଣାରେ ବସିଛି । ଛେଣ୍ଡିପଦା ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କର କିଶୋରନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠୁଥିଲା । ତେବେ ସେମାନଙ୍କର ଦୀର୍ଘ ୪ ରୁ ୫ ବର୍ଷ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଏହା ଭିତରେ ଯୁବତୀଙ୍କ ପାଇଁ ଅନ୍ୟ ଆଡୁ ବାହାଘର ପ୍ରସ୍ତାବ ଆସିଲେ ସୁଧା ତାକୁ ପ୍ରଶାନ୍ତ ଭାଙ୍ଗି ଦେଉଥିଲା । ତେବେ ଏବେ ପ୍ରଶାନ୍ତ ଆଉ ଧରା ଛୁଆଁ ଦେଉ ନାହିଁ । ସବୁ ପ୍ରକାର ସମ୍ପର୍କ ରଖିବା ପରେ ବାହାଘର ହେବାକୁ ଏବେ ମନା କରୁଛି ପ୍ରଶାନ୍ତ ।

ଏଥିପାଇଁ ଆଜି ଯୁବତୀ ଜଣଙ୍କ ଧାରଣାରେ ବସି ରହିବା ସହ ପ୍ରଶାନ୍ତକୁ ବାହା ହେବାକୁ ଜିଦ ଧରିଛି । ସେପଟେ ଏ ନେଇ ଯୁବତୀ ଜଣକ ଥାନାରେ ମଧ୍ୟ ଅଭିଯୋଗ କରିଥିବା ଜଣାପଡ଼ିଛି । ଏଭଳି ଘଟଣା ନିକଟରେ ଘଟିଥିଲା ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ନିକଟରେ । ତେବେ ବାବରାକୋଟ ଗ୍ରାମର ସଞ୍ଜୟ ସାହୁ ନାକଟିଦେଉଳ ଥାନା ଅନ୍ତର୍ଗତ ହିନ୍ତସରା ଗ୍ରାମର ଜନୈକ ଯୁବତୀଙ୍କ ସହ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଅନେକ ସମୟରେ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ପ୍ରେମିକା ଠାରୁ ନେଇଥିଲେ । ଏଭଳି ସଙ୍ଗୀନ ଅଭିଯୋଗ କରିଥିଲେ ପ୍ରେମିକା ।

ତେବେ ସଞ୍ଜୟଙ୍କୁ ବିବାହ ନକରିବା ପର୍ଯ୍ୟନ୍ତ ସେ ତାଙ୍କ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ତେବେ ପୂର୍ବରୁ ପ୍ରେମିକା ଜଣକ ନାକଟିଦେଉଳ ଥାନାରେ ସଞ୍ଜୟ ପ୍ରେମରେ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ସଞ୍ଜୟ ଗିରଫ ହୋଇ ଦେଢ଼ ବର୍ଷ ଜେଲରେ ବିଚାରଧୀନ ବନ୍ଦୀ ଭାବେ ରହିଥିଲେ । ସଞ୍ଜୟଙ୍କ ପରିବାର ଲୋକ ଯୁବତୀଙ୍କୁ ବୁଝାସୁଝା କରି କୋର୍ଟରେ ଆପୋଷ ସମାଧାନ ନେଇ ଦରଖାସ୍ତ କରିବାରୁ ସଞ୍ଜୟ ଜେଲରୁ ମୁକୁଳି ଥିଲେ । ପରେ ସଞ୍ଜୟ ନିଜ ଗାଁରେ ଦୋକାନ ଖୋଲିବା ପାଇଁ ପ୍ରେମିକାଙ୍କ ଠାରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ଆଣିଥିଲେ । ତେବେ ଗତ କିଛି ଦିନ ହେଲା ସଞ୍ଜୟ ଆଉ ତାଙ୍କୁ ଧରାଛୁଆଁ ଦେଉନଥିବା ନେଇ ଅଭିଯୋଗ କରିଥିଲେ ପ୍ରେମିକା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking