ବ୍ରହ୍ମପୁର : ବ୍ରହ୍ମପୁର ଗ୍ରାମ ନିକଟ ମହାନଦୀ କୂଳରେ ଅବସ୍ଥିତ ଶନିଶ୍ଚରଙ୍କ ପୀଠ ନିକଟସ୍ଥ ନଦୀରେ ଘଟିଛି ଅଭାବନୀୟ ଘଟଣା। ନଦୀରେ ବୁଡି ବାଳକ ମୃତ । ତେବେ ମୃତ ବାଳକ ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତ ଅଧୀନ କୋଲଟା ଗ୍ରାମର ଆଲୋକ ସାମଲଙ୍କ ଏଗାର ବର୍ଷୀୟ ପୁଅ କାହ୍ନା ସାମଲ ବୋଲି ଜଣାପଡିଛି। ସୂଚନା ଅନୁସାରେ, କନିମୁଳ ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମ ନିକଟ ମହାନଦୀ କୂଳରେ ଅବସ୍ଥିତ ଶନିଶ୍ଚରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିବର୍ଷ ଜଳାଭିଷେକ କରିଥାନ୍ତି। ଆଜି ସକାଳେ ଶନିଶ୍ଚରଙ୍କ ପୀଠକୁ କାହ୍ନା ନିଜ ମା, ସହିତ ଯାଇ ନଦୀରେ ବୁଡ଼ ପକାଇବାକୁ ଯାଇଥିବା ସମୟରେ ନଦୀ ପାଣିରେ ବୁଡି ଯାଇଥିଲା। କିଛି ସମୟ ଖୋଜା ଖୋଜି ପରେ କାହ୍ନାକୁ ନଦୀ ପାଣିରୁ ବାହାର କରାଯିବା ପରେ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା କରିବା ପରେ ଡାକ୍ତର ସେଠାରେ କାହ୍ନାକୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ପରେ କନିମୁଳ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅନୁସୟା ମହାନ୍ତି ଏହି ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ କାହ୍ନାର ପରିବାରକୁ ସମବେଦନା ଜଣାଇଥିଲେ।