28.9 C
Bhubaneswar
Wednesday, April 17, 2024
Homeଓଡିଶାଆଜବେଷ୍ଟ ଖସି ନାବାଳକ ମୃତ

ଆଜବେଷ୍ଟ ଖସି ନାବାଳକ ମୃତ

ବ୍ରହ୍ମପୁର : ଘରର ଆଜବେଷ୍ଟସ୍ ଖସି ଚାଲିଗଲା ନାବାଳକ ଜୀବନ। ମୃତ ନାବାଳକ ଜଣଙ୍କ ହେଲେ କିଷାନ ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କେନାଲ ସାହିରେ। କିଷାନଙ୍କ ପରିବାର କେନାଲ ସାହିରେ ଭଡ଼ା ଘରେ ରହୁଥିଲେ। ଏହି ଭଡ଼ା ଘରର ଗୋଟିଏ ବଖରାରେ ନିର୍ମାଣ କାର‌୍ୟ୍ୟ ଚାଲିଥିଲା। ଗୋଟିଏ ବଖରା ଘର ଆଜବେଷ୍ଟସ୍ ବାହାର କରାଯାଇ କାମ ଚାଲିଥିଲା। କିଷାନଙ୍କ ପରିବାର ଅନ୍ୟ ଏକ ବଖରାରେ ରହୁଥିଲେ। ରାତିରେ କିଷାନ ପରିବାର ଲୋକଙ୍କ ସହ ଘରେ ଶୋଇ ଥିଲେ। ଏହି ସମୟରେ ଆଜବେଷ୍ଟସ୍ ଟି କିଷାନଙ୍କ ଉପରେ ଖସି ପଡ଼ିଥିଲା। ଆଜବେଷ୍ଟସ୍ ଉପରେ କୌଣସି ଠେସ ନ ଥିବାରୁ ଖସି ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପରିବାର ଲୋକେ ତାଙ୍କୁ ଗୁରତର ଅବସ୍ଥାରେ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking