ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ର ସଂସ୍ଥାପକ ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ବଙ୍କିହମ୍ଶାୟର୍ର ଷ୍ଟୋକ୍ ପାର୍କରେ ଦ ବୁଡଲ୍ସ ଟେନିସ୍ ଇଭେଣ୍ଟ୍ରେ ଡିଏଗୋ ଶ୍ୱାର୍ଟଜ୍ମ୍ୟାନ୍ଙ୍କୁ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ୍ ଇଏସ୍ଏ କପ୍ ପ୍ରଦାନ କରିଛନ୍ତି । ବୁଡ୍ଲ୍ସ ବାସ୍ତବରେ ଏକ ଅଦ୍ୱିତୀୟ ଟେନିସ୍ ପ୍ରତିଯୋଗିତା, ଯାହା ୱିମ୍ବଲଡନ୍ ଚାମ୍ପିଅନ୍ଶିପ୍ ପ୍ରସ୍ତୁତି ପାଇଁ ଏକ ଉନ୍ନତ ମାଧ୍ୟମ । ଏହା ଚଳିତ ବର୍ଷ ନିଜର ୧୯ତମ ବାର୍ଷିକୀ ପାଳନ କରୁଛି । ଇଭେଣ୍ଟ୍ ଜୁନ୍ ୨୭ରୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହାର ମ୍ୟାଚ୍ଗୁଡ଼ିକ ମଜାଦାର ଇଂଲିଶ୍ ଗାର୍ଡେନ୍ ପାର୍ଟି ପରିବେଶରେ କେତେକ ବିଶ୍ୱସ୍ତରୀୟ ଟେନିସ୍ ଷ୍ଟାର୍ଙ୍କ ମଧ୍ୟରେ ଖେଳାଯିବ । ରିଲାଏନ୍ସ ଫାଉଣ୍ଡେସନ୍ ଇଏସ୍ଏ କପ୍ ପୁରସ୍କାର ଟୁର୍ଣ୍ଣାମେଣ୍ଟ୍ର ପ୍ରତ୍ୟେକ ପାଞ୍ଚଦିନରେ ପ୍ରଦାନ କରାଯିବ । ମଙ୍ଗଳବାର ନୀତା ଅମ୍ବାନୀ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ୍ ଇଏସ୍ଏ କପ୍ ପୁରସ୍କାର ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଟଜ୍ମ୍ୟାନ୍ଙ୍କୁ ପ୍ରଦାନ କରିବା ପରେ ଆକ୍ସନ୍୪ୟୁଥ୍ ଦାନ ମଧ୍ୟ ଦେଇଥିଲେ ।
ଏହି ଅବସରରେ ନୀତା ଅମ୍ବାନୀ କହିଥିଲେ, ଏକ ଆକର୍ଷଣୀୟ ଏବଂ ସୁନ୍ଦର ପରିବେଶରେ କେତେକ ଶୀର୍ଷସ୍ତରୀୟ ଟେନିସ୍ ଦେଖିବାକୁ ମିଳିଥିବାରୁ ପ୍ରସନ୍ନତା ମିଳିଛି । ସେ ଆହୁରି କହିଛନ୍ତି, କେତେକ ଉନ୍ନତ ଟେନିସ୍ ଦେଖିବା ଏବଂ ଉତ୍ସବ ପାଳନ ପାଇଁ ସୁଯୋଗ ମିଳିଥିବାରୁ ଏଠାରେ ବିଲ୍କୁଲ ଏକ ଅଦ୍ଭୂତ ପରିବେଶ ଥିଲା । ମହାନ୍ କ୍ରୀଡ଼ା ଗତିବିଧିର ଗୋଟିଏ ଦିନ ମାଧ୍ୟମରେ ଧର୍ମାର୍ଥ କାର୍ଯ୍ୟର ସେବା ଏହାକୁ ଆହୁରି ଅଧିକ ସାର୍ଥକ କରିଛି । ଏହି କମ୍ୟୁନିଟିର ଯୁବ ସମାଜକୁ ନିଜ ପସନ୍ଦର କୌଣସି ବି କ୍ରୀଡ଼ା ଆପଣାଇବାକୁ ପ୍ରୋତ୍ସାହିତ କରୁଛି ଏବଂ ନିଜ ଆଖପାଖର ଲୋକଙ୍କ ପାଇଁ ପ୍ରୋତ୍ସାହନ, ଦୃଢ଼ ବିଶ୍ୱାସ, ସକାରାତ୍ମକ ଦୃଷ୍ଟିକୋଣ ଆଶା କରୁଛି ବୋଲି ଶ୍ରୀମତୀ ଅମ୍ବାନୀ କହିଛନ୍ତି ।
ଏଜୁକେସନ୍ ଆଣ୍ଡ୍ ସ୍ପୋର୍ଟ୍ସ ଫର୍ ଅଲ୍ (ଇଏସ୍ଏ) ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ୍ ଦ୍ୱାରା ସଞ୍ଚାଳିତ ଏକ ଉଦ୍ୟମ । ଏହି ଉଦ୍ୟମ ସମସ୍ତ ପିଲାଙ୍କ ପାଇଁ ଶିକ୍ଷା ଓ କ୍ରୀଡ଼ାର ବିକାଶ ଏବଂ ସମାନ ଅବସରର ସମର୍ଥନ କରୁଛି । ବୁଡ୍ଲ୍ସ ଟେନିସ୍ ଚ୍ୟାଲେଞ୍ଜ୍ ଏହି ଉଦ୍ୟମର ଅଂଶବିଶେଷ ଏବଂ ଏହା ସହିତ ଇଏସ୍ଏ ଭାରତ ବାହାରେ ନିଜର ପ୍ରସାର କରିଛି । ତାଙ୍କର ଏହି ନବୀନତମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଷ୍ଟୋକ୍ ପାର୍କରେ ପିଲାଙ୍କ ଜୀବନକୁ ଛୁଇଁବା ଏବଂ କ୍ରୀଡ଼ାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ।