ନିଷ୍କ୍ରିୟ କଲାବେଳେ ଫୁଟିଲା ବୋମା

କଟକ: ଆଜି କଟକରେ ଏକ ବଡ଼ ଅଘଟଣ ଘଟିଯାଇଛି । ଜବତ କରାଯାଇଥିବା ବୋମାକୁ ନିଷ୍କ୍ରିୟ କଲାବେଳେ ତାହା ଫୁଟିଯାଇଛି । ଏହା ଦ୍ୱାରା ନିଷ୍କ୍ରିୟକାରୀ ପୁଲିସ ଟିମର କିଛି କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ଜବତ ହୋଇଥିବା ବୋମାକୁ କଟକ ସଦର ଥାନାର ଏକ ପରିତ୍ୟକ୍ତ ଗୃହରେ ରଖାଯାଇଥିଲା । ତେବେ ଆଜି ସେଗୁଡ଼ିକୁ ନିଷ୍କ୍ରିୟ କରାଯାଉଥିଲା । ଏତିକି ବେଳେ ସେଗୁଡ଼ିକ ଫୁଟିଯାଇଥିଲା ।