20.1 C
Bhubaneswar
Saturday, November 23, 2024
Homeଓଡିଶାକଣ୍ଟେନରରେ ସଂରକ୍ଷିତ ରହିବ ମୃତଦେହ

କଣ୍ଟେନରରେ ସଂରକ୍ଷିତ ରହିବ ମୃତଦେହ

ଭୁବନେଶ୍ୱର : କେଉଁଠି ରହିବ ମୃତଦେହ ? କେତେ ଦିନ ଆଉ ରହିବ ମୃତଦେହ ? ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ସଂରକ୍ଷଣ ନେଇ ଭୁବନେଶ୍ୱର AIIMSର ବଢ଼ିଲା ଚିନ୍ତା । ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଲା ଭୁବନେଶ୍ୱର ଏମ୍‌ସ । ଏନେଇ ଏହାର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏବେ ବି ଆମ ପାଖରେ ଆହୁରି ୮୦ଟି ମୃତଦେହ ରହିଛି  ସେଗୁଡ଼ିକୁ ସଂରକ୍ଷଣ ପାଇଁ ଆମ ପାଖରେ ଡିପ୍ଫ୍ରିଜ୍ଅଭାବ ରହିଛି  ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣିଛୁ  ପ୍ରତି କଣ୍ଟେନରରେ ୪୦ରୁ ୫୦ ମୃତଦେହ ସଂରକ୍ଷିତ ରହିପାରିବ  କଣ୍ଟେନରରେ ଦୀର୍ଘଦିନ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ

ସେପଟେ ଏହି ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି । ବାଲେଶ୍ୱର ଜିଆର୍‌ପି ଥାନାରେ ଏତଲା ପରେ ମାମଲା ରୁଜୁ ମଧ୍ୟ ହୋଇଛି । ଜିଆର୍‌ପି ଥାନା ଏସ୍‌ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ରହିଛି । ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ସେହି ଏତଲା ଆଧାରରେ ବାଲେଶ୍ୱର ଜିଆର୍‌ପି ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ କରାଯାଇଛି । ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking