29.4 C
Bhubaneswar
Thursday, April 18, 2024
Homeଓଡିଶାଗର୍ଭବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗର୍ଭବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଠଗଡ: ଶୁକ୍ରବାର ଭୋରରୁ ସ୍ଥାନୀୟ ଜେନାପଦା ଶାଳବଣି ଜଙ୍ଗଲ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଆଠଗଡ଼ ପୁଲିସ ପହଞ୍ଚି ଶବକୁ ଜବତ କରିଛି । ତାଙ୍କର ପରିଚୟ ମିଳିନଥିବାବେଳେ କେହି ଦୁର୍ବୃତ୍ତ ହତ୍ୟାକରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଏଥିସହିତ ତାଙ୍କ ମୁହଁକୁ ଛେଚି ନଷ୍ଟ କରି ଦିଆଯାଇଥିବା ଦେଖିବାକୁ ମିଳିଛି । ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ନିକଟ ଶାଳବଣି ଜଙ୍ଗଲର ଏହି ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ଦୁଇରୁ ତିନିଦିନ ମଧ୍ୟରେ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ଏପରିକି ମହିଳା ଜଣଙ୍କ ଗର୍ଭବତୀ ଥିବା ପୁଲିସ ଜାଣିବାକୁ ପାଇଛି । ମୁହଁ ନଷ୍ଟ ହୋଇଥିବା କାରଣରୁ ପରିଚୟ ମିଳି ପାରୁନଥିବା ପୁଲିସ କହିଛି । ତେବେ ପୋଷ୍ଟମର୍ଟମ ପରେ ହତ୍ୟା କେବେ କେଉଁ ସମୟରେ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଫିସର ବିଶ୍ୱଜିତ ଜେନା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking