29.1 C
Bhubaneswar
Sunday, September 29, 2024
Homeଓଡିଶାଯାଜପୁରନାବାଳିକା ମୃତଦେହ ପୋଖରୀରୁ ଉଦ୍ଧାର

ନାବାଳିକା ମୃତଦେହ ପୋଖରୀରୁ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲାର ବିଂଝାରପୁର ଓ ଦଶରଥ ପୁର ବ୍ଲକ ରେ ନାବାଳିକା ନିଖୋଜ ଓ ଅତ୍ୟାଚାର ପ୍ରଭୁତି ଅନେକ ଘଟଣା ମାନ ଘଟିବା ରେ ଦେଖାଦେଇଛି । ପିହୁ ନିଖୋଜ ର ଯାଏ ପତା ମିଳିନାହିଁ । ପୁଣି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଜଣେ ନବମ ଶେଣୀ ଛାତ୍ରୀର ମୃତଦେହ ପୋଖରୀରେ ରେ ମିଳିଛି । ଖବର ରୁ ପ୍ରକାଶ ଯେ ସବୁ ଦିନ ପରି ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ ନବମ ଶ୍ରେଣୀ ଛାତ୍ରୀ ଅମ୍ରିତା । ମୃତର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା କରାଯାଇଛି ବୋଲି ଆଣିଛନ୍ତି ଅଭିଯୋଗ । ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା ବୟସ (୧୫) ସନ୍ଧ୍ୟା ସମୟରେ ଟ୍ୟୁସନ ଯାଇଥିଲେ ହେଲେ ଟ୍ୟୁସନରୁ ଆଉ ଘରକୁ ଫେରି ନ ଥିଲା । ଘରକୁ ଆସିବା ବିଳମ୍ବ ହେବାରୁ ଘର ଲୋକେ ଖୋଜା ଖୋଜି କରି ଝିଅକୁ ନିକଟରେ ପୋଖରୀରେ ବ୍ୟାଗ ଭାସୁଥିବା ଦେଖି ଖୋଜିବା ଫଳରେ ପୋଖରୀରୁ ମିଳିଥିଲା ଝିଅର ମୃତଦେହ । ପୋଖରୀରୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସୁମିତ୍ରାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେଥାନରେ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking