29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଓଡିଶା-ମୋପରିବାରର ସମନ୍ବୟରେ ଢାକାରୁ ଆସିଲା ଓଡିଆଙ୍କ ପାର୍ଥିବ ଶରୀର

ଓଡିଶା-ମୋପରିବାରର ସମନ୍ବୟରେ ଢାକାରୁ ଆସିଲା ଓଡିଆଙ୍କ ପାର୍ଥିବ ଶରୀର

ଭୁବନେଶ୍ବର(୨୬.୧୧.୨୦୨୦):-ଓଡିଶାର ରାଜଧାନୀ ଭୁବନେଶ୍ବରର ଜନୈକା ମହିଳା ଶ୍ରୀମତୀ ପ୍ରଜ୍ଞା ବେହେରା ବାଙ୍ଗଲାଦେଶସ୍ଥିତ ଖାଦ୍ୟ ଏବଂ କୃଷି ସଂଗଠନ ସଂସ୍ଥାରେ କାର‌୍ୟ୍ୟ କରୁଥିଲେ । ଦୁର୍ଭାଗ୍ୟବଶତଃ ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ପାର୍ଥିବ ଶରୀରକୁ ଓଡିଶା ସ୍ଥାନାନ୍ତର କରିବାରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ସମ୍ପର୍କରେ ଓଡିଶା-ମୋ ପରିବାରର ସଦସ୍ୟ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଓଡିଶା-ମୋ ପରିବାରକୁ ଜଣାଇଥିଲେ । ପରେ ଓଡିଶା ମୋ ପରିବାର ତରଫରୁ ଏହି ସମସ୍ୟା ସମ୍ପର୍କରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଅବଗତ କରାଯାଇଥିଲା । ଡ. ପାତ୍ର ସମସ୍ୟା ସମ୍ପର୍କରେ ଜାଣିବା ପରେ ବାଙ୍ଗଲାଦେଶସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ସହାୟତା ଲୋଡିଥିଲେ ।ପରେ ସଂପୃକ୍ତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାରର ବୈଧାନିକ ଓୌପଚାରିକତା ସମାପ୍ତ କରାଯାଇ ପାର୍ଥିବ ଶରୀରକୁ ଭୁବନେଶ୍ବର ସ୍ଥାନାନ୍ତର କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆଜି ଅପରାହ୍ନ ୧.୩୦ରେ ଶ୍ରୀମତୀ ବେହେରାଙ୍କ ସ୍ବାମୀ ଶ୍ରୀ ସାଗର କୁମାର ପତ୍ନୀଙ୍କ ପାର୍ଥିବ ଶରୀର ନେବାକୁ
ଭୁବନେଶ୍ବରସ୍ଥିତ ବିମାନବନ୍ଦରରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking