27.1 C
Bhubaneswar
Friday, March 29, 2024
Homeଅପରାଧଫ୍ରିଜ୍‌ରେ ମିଳିଲା ନିଖୋଜ କିଶୋରୀର ମୃତ ଦେହ

ଫ୍ରିଜ୍‌ରେ ମିଳିଲା ନିଖୋଜ କିଶୋରୀର ମୃତ ଦେହ

ଭେନେଜୁଏଲା: ଭେନେଜୁଏଲାର ଅରାଗୁଆ ରାଜ୍ୟରେ ହତ୍ୟାର ଏହି ସଙ୍ଗୀନ ମାମଲା ସାମନାକୁ ଆସିଛି । ଏକ ଫ୍ରିଜରରୁ ମିଳିଲା ଜଣେ ୧୯ ବର୍ଷିୟା ଯୁବତୀଙ୍କର ଶବ । ଯୁବତୀଙ୍କର ଶରୀରରେ ୫୦ଥର ପେଚକଷରେ ଆଘାତ ହୋଇଥିବା ଚିହ୍ନ ଦେଖିବାକୁ ମିଳିଛି । ତାଙ୍କର ମୁଣ୍ଡ ତାଙ୍କର ଦୁଇ ଗୋଡ଼ ମଝିରେ ବନ୍ଧା ହୋଇ ଥିଲା । କୁହାଯାଉଛି କି , ଯୁବତୀ ଜଣକ ଗତ ୫ ମାସରୁ ନିଖୋଜ ଥିଲେ ।

ସ୍ଥାନୀୟ ମିଡ଼ିଆ ଅନୁସାରେ , ଯୁବତୀଙ୍କ ନୂଆ ପ୍ରେମିକଙ୍କର ପରିଚୟ ମିଳିଛି । ତାଙ୍କ ନାଁ ଜୋସୁ । ତାଙ୍କୁ ପଚରା ପଚରି କରିବାକୁ ତଦନ୍ତ ଅଧିକାରୀ ତାଙ୍କୁ ଖୋଜୁଛନ୍ତି । ପଡ଼ୋଶୀମାନେ କହିଛନ୍ତି କି ଏହି କପଲ ଉଭୟଙ୍କ ମଧ୍ୟରେ ଝଗଡ଼ା ଳାଗିବାର ଶୁଣିବାକୁ ମିଳିଛି ଏବଂ ଯୁବତୀଙ୍କର ବୟଫ୍ରେଣ୍ଡଙ୍କ ବ୍ୟବହାର ଭଲ ନଥିଲା । ତଦନ୍ତକାରୀ ଏବେ ବି ଅପରାଧ ସ୍ଥଳର ବିଶ୍ଳେଷଣ କରୁଛନ୍ତି ।

ଏନା ଗାବ୍ରିଏଲାଙ୍କର ଏକ୍ସ-ବୟଫ୍ରେଣ୍ଡଙ୍କ ନାଁ ଖୁଲାସା କରାଯାଇ ନାହିଁ, ଯାହାକୁ ଯୁବତୀଙ୍କର ୪ ବର୍ଷିୟା ଝିଅର ପିତା ବୋଲି କୁହାଯାଉଛି । ଏକ୍ସ-ବୟଫ୍ରେଣ୍ଡ କହିଛନ୍ତି କି ସେ କିଛି ସମୟରୁ ଏନାଙ୍କୁ ଖୋଜୁଥିଲେ । ଦୀର୍ଘ ଦିନ ଧରି ଯେବେ ଏନାଙ୍କର କୌଣସି ଖବର ମିଳିନଥିଲା ତ ସେ ଦେଖିବାକୁ ତାଙ୍କ ଘରକୁ ଯାଇଥିଲେ । ତେବେ ଘରୁ ବହୁତ ଦୁର୍ଗନ୍ଧ ଆସୁଥିଲା । ଏହାପରେ ସେ ଫ୍ରିଜ୍‌ରେ ଦେଖିଥିଲି ଗୁରୁତର ଦୃଶ୍ୟ ।

ଏନା ଗୋବ୍ରିଏଲାଙ୍କର ଶବ ତାଙ୍କର ଏକ୍ସ-ବୟଫ୍ରେଣ୍ଡ ପ୍ରଥମ ଥର ଦେଖିଥିଲେ ଏବଂ ପୁଲିସ୍‌କୁ ଏହାର ସୂଚନା ଦେଇଥିଲେ । ସେ କହିଥିଲେ କି ସେ ଫ୍ରିଜର ଭିତରୁ ତାଙ୍କର ନଗ୍ନ ଶରୀର ଦେଖିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking