29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୧୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗାଁ ମଝିରେ ପଡି ରହିଛି ମୃତ ଦେହ

୧୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗାଁ ମଝିରେ ପଡି ରହିଛି ମୃତ ଦେହ

ନୟାଗଡ଼: ଦୁଇ ସାହି ବିବାଦ ଯୋଗୁ 12 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗାଁ ମଝିରେ ପଡି ରହିଛି ମୃତ ଦେହ । ଶରଣକୁଳ ଥାନା ଭାଳିଆଡ଼ିହି ଗାଁରେ ଦେଖିବାକୁ ଅଭାବନୀୟ ଘଟଣା,ମଶାଣିରେ ଶବ ପୋଡିବାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ବିବାଦ ଦେଖା ଦେଇଛି, କାଳନ୍ଦୀ ସାହି ଲୋକଙ୍କ ବିରୋଧ ଯୋଗୁଁ ଉପର ସାହି ନାଥ ପ୍ରଧାନଙ୍କ ଶବ ହୋଇ ପାରୁନାହିଁ ସଂସ୍କାର, ମଶାଣିରେ ଶବ ସଂସ୍କାର କୁ କାଳନ୍ଦୀ ସାହି ଲୋକ ବିରୋଧ କରିଥିବା ଅଭିଯୋଗ ହୋଇଛି,ଫଳରେ ଗତକାଲି ସାନ୍ଧ୍ୟ 7 ଟାରୁ ଶବ ସଂସ୍କାର ହୋଇ ନ ପାରି ଗାଁ ମୁଣ୍ଡରେ ପଡି ରହିଛି, ଗତ କାଲି ଓଡ଼ଗାଁ ତହସିଲଦାର ଘଟଣା ସ୍ଥଳରେ ପହଂଚି ଉଭୟ ସାହି ଲୋକଙ୍କୁ ବୁଜାସୁଜା କରିଥିଲେ ବି ସେମାନେ ବୁଝି ନଥିଲେ ଫଳରେ ମୃତ ଦେହ ଏବେବି ଗାଁ ଦାଣ୍ଡରେ ପଡି ରହିଥିବା ବେଳେ ଦୁଇ ସାହି ମଧ୍ୟରେ ବିବାଦ ଲାଗି ରହିଥିବା ରୁ ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking