29.1 C
Bhubaneswar
Wednesday, April 24, 2024
Homeରାଜନୀତିମମତାଙ୍କ ପ୍ରାର୍ଥିପତ୍ରକୁ ବିଜେପିର ଚାଲେଞ୍ଜ

ମମତାଙ୍କ ପ୍ରାର୍ଥିପତ୍ରକୁ ବିଜେପିର ଚାଲେଞ୍ଜ

କୋଲକାତା: ଚଳିତମାସ ୩୦ରେ ପଶ୍ଚିମବଙ୍ଗର ତିନିଟି ବିଧାନସଭା ଆସନ ଯଥା ଭବାନିପୁର, ସମସେରଗଞ୍ଜ ଓ ଜଙ୍ଗିପୁରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସମସ୍ତଙ୍କର ନଜର କେବଳ ଭବାନିପୁର ଉପରେ ନିବଦ୍ଧ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ଭବାନିପୁରରୁ ପ୍ରତିଦ୍ୱଦ୍ୱିତା କରୁଥିବାବେଳେ ତାଙ୍କୁ ବିଜେପିର ପ୍ରିୟଙ୍କା ଟିବରୱାଲ ଓ ସିପିଏମ୍‌ର ସଞ୍ଜୀବ ବିଶ୍ୱାସ ଟକ୍କର ଦେଉଛନ୍ତି ।

ତେବେ ମମତାଙ୍କ ପ୍ରାର୍ଥିପତ୍ରକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ପ୍ରିୟଙ୍କାଙ୍କ ନିର୍ବାଚନ ଏଜେଣ୍ଟ ସଜଲ ଘୋଷ ଏ ପ୍ରସଙ୍ଗରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଛନ୍ତି । ଦାଖଲ କରାଯାଇଥିବା ପ୍ରାର୍ଥିପତ୍ରରେ ମମତା କୁଆଡେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ୫ଟି ଫୌଜଦାରୀ ମାମଲା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ଆସାମର ଗୀତାନଗର, ପାନବଜାର, ଜାଗିରୋଡ୍‌, ନର୍ଥ ଲକ୍ଷ୍ମୀପୁର ଓ ଉଧାରବନ୍ଦ ଥାନାରେ ମମତାଙ୍କ ବିରୋଧରେ ଏହି ଫୌଜଦାରୀ ମାମଲା ଦାଏର କରାଯାଇଛି । ଚଳିତବର୍ଷ ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମମତା ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ । ତେଣୁ ସମ୍ବିଧାନ ନିୟମ ଅନୁଯାୟୀ ତାଙ୍କୁ ୬ ମାସ ମଧ୍ୟରେ ଅନ୍ୟ କେଉଁ ଆସନରୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ ।

ସେତେବେଳେ ମଧ୍ୟ ମମତା ଦାଖଲ କରିଥିବା ସତ୍ୟପାଠରେ ଫୌଜଦାରୀ ମାମଲା ସମ୍ପର୍କରେ ଉଲ୍ଲେଖ କରିନଥିଲେ । ବିଜେପି ପକ୍ଷରୁ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଏ ପ୍ରସଙ୍ଗରେ ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇଛନ୍ତି ଯେ ଆସାମରେ ଦାଏର କରାଯାଇଥିବା ମାମଲାର ଅଭିଯୁକ୍ତ ଜଣକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁହନ୍ତି, ବରଂ ଏହି ନାମଧାରୀ ଅନ୍ୟ ଜଣେ ମହିଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking