40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶରେ କିନ୍ନର ଙ୍କ ପାଖରେ ପହଞ୍ଚିଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ

ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶରେ କିନ୍ନର ଙ୍କ ପାଖରେ ପହଞ୍ଚିଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତ କଟଲାଗୁଡା ଗ୍ରାମର ଜଣେ ଅସହାୟ ବୟସ୍କ କିନ୍ନର ମାଳତୀ ଗୋଲରୀ ଘରଦ୍ବାର ନ ଥାଇ ଏକ ଗଛ ତଳେ ବହୁ ଦିନରୁ ରହିଥିବା ବେଳେ ତାଙ୍କର ଆଧାର କାର୍ଡ, ରାସନ କାର୍ଡ ନ ଥିବା ବେଳେ ଭତ୍ତା ବ୍ୟବସ୍ଥା ନଥିବା ସେ ବହୁତ କଷ୍ଟ ରେ ରହୁଥିବା କଥା ଏକ ଗଣ ମାଧ୍ୟମରେ ଆସିବା ପରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ନିର୍ଦ୍ଦେଶ ରେ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଆଡମା ରାବା, ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ, ଯୁବନେତା ମହେଶ କୁମାର ବାକା,ବିନୋଦ ଦେଶିଆ ନାୟକ ଙ୍କ ନେତୃତ୍ଵରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସବୁ ଅସୁବିଧାକୁ ବୁଝିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କର ସହଯୋଗ ରେ ଆଜି ବୃଦ୍ଧାଶ୍ରମ କୁ ପଠାଇ ଖାଇବା ପିଇବା ବନ୍ଦବୋସ୍ତ ସହ ଖୁବ୍ ଶୀଘ୍ର ଆଧାର କାର୍ଡ, ଭତ୍ତା ବ୍ୟବସ୍ଥା କରିବା ସହ ତାଙ୍କ ନିଜ ଜାଗାରେ ଖୁବ୍ ଶୀଘ୍ର ଏକ ବିଜୁ ପକ୍କା ଘର କରି ତାଙ୍କୁ ସ୍ଥାୟୀ କରାଯିବା ସହ ଆଜି କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜି ର ଗସ୍ତ ରେ ବିଜୁ ଯୁବ ଜନତା ଦଳର ମନୋଜ ପଟ୍ଟନାୟକ ଓ ସୁନିଲ୍ ସାହୁ ଉପସ୍ଥିତ ଥିଲେ । ପର୍ଯ୍ୟପେକ୍ଷ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା କିଛି ଦିନ ତଳେ ସ୍ୱାଭିମାନ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଙ୍କ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ ରେଯୋଗ ଦେଇଥିଲେ । ଏହା ବ୍ୟତୀତ ତାଙ୍କର ନିର୍ଦ୍ଦେଶ କ୍ରମେ ନୂତନ ଭାବରେ ହୋଇଥିବା ବିଜୁ ଯୁବ ଓ ଛାତ୍ର ଜନତା ଦଳ ନବକଳେବର ପରେ ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ଯ୍ୟକମ ମାନ ଦେଖି ଆଗାମୀ ଦିନରେ ବିଜୁ ଜନତା ଦଳ କୁ ଆଶାତୀତ ସଫଳତା ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ଧରିଥିବା ବେଳେ ପର୍ଯ୍ୟପେକ୍ଷକ ଶ୍ରୀ ଯୁକ୍ତ ବେହେରା ଙ୍କ ମୂଳ ମନ୍ତ୍ର ରାଜନୀତି ନୁହଁ ଜନସେବାକୁ ପ୍ରଧାନୟ୍ଯ ଦେଇ ବିଜୁ ଜନତା ଦଳ କାର୍ଯ୍ୟ କରି ଚାଲିଛି ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking