26.1 C
Bhubaneswar
Friday, March 29, 2024
Homeଓଡିଶାମାଲିକଙ୍କୁ ଭିତରେ ପୁରାଇ ହୋଟେଲ୍ ସିଲ କଲା ବ୍ୟାଙ୍କ, ଚେତା ଫେରିବା ପରେ ଉଦ୍ଧାର

ମାଲିକଙ୍କୁ ଭିତରେ ପୁରାଇ ହୋଟେଲ୍ ସିଲ କଲା ବ୍ୟାଙ୍କ, ଚେତା ଫେରିବା ପରେ ଉଦ୍ଧାର

ଭୁବନେଶ୍ୱର: କରୋନା ଲୋକଙ୍କ ବ୍ୟବସାୟ ଓ ଜୀବନ ଜୀବିକା ଉଜାଡ଼ି ଦେଇଛି । କେଉଁଠି ଲୋକେ ଋଣ ଆଣି ସୁଝିନପାରି ଆତ୍ମହତ୍ୟା କରୁଛନ୍ତି, ପୁଣି କେଉଁଠି ବ୍ୟାଙ୍କ ପକ୍ଷରୁ ଲୋକଙ୍କ ଘର ନିଲାମ ଡ଼କାଯାଉଛି । ହେଲେ ହୋଟେଲ ଚଳାଇବା ପାଇଁ ଋଣ ନେଇଥିବା ମାଲିକଙ୍କୁ ବ୍ୟାଙ୍କ ପକ୍ଷରୁ କିଭଳି ହଇରାଣ କରାଯାଇଛି, ତାହାର ଜ୍ୱଳନ୍ତ ଉଦାହରଣ ଇନଫୋସିଟି ଅଞ୍ଚଳରେ ସୋମବାର ଦେଖିବାକୁ ମିଳିଛି । ବ୍ୟାଙ୍କ ଋଣ ଶୁଝିନପାରିବାରୁ ବ୍ୟାଙ୍କ କର୍ତୁପକ୍ଷ ଏବଂ କମିଶନରେଟ ପୁଲିସ ସହାୟତାରେ ଇନ୍‌ଫୋସିଟିରେ ଥିବା ବିଜେସ ବାଏବ ୱେ ହୋଟେଲକୁ ସୋମବାର ସିଲ କରାଯାଇଥିଲା । ହେଲେ ହୋଟେଲ ଭିତରେ ମାଲିକ ସୌମେନ୍ଦ୍ର ପରିଜା ଥିଲେ ମଧ୍ୟ ତାଙ୍କୁ ବାହାରପଟୁ ସିଲ କରି ଦେବା ପରେ ସେ ଚେତାଶୂନ୍ୟ ହୋଇ ଭିତରେ ରହିଯାଇଥିଲେ ।

ତାଙ୍କର ଚେତା ଫେରିବା ପରେ ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଇନଫୋସିଟି ଥାନାକୁ ଫୋନ କରିବା ପରେ କମିଶନରେଟ୍ ପୁଲିସ ଓ ବ୍ୟାଙ୍କ କର୍ତୁପକ୍ଷ ହୋଟେଲର ସିଲ୍‌କୁ ଖୋଲି ଆହତ ମାଲିକ ସୌମେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ଏହାକୁ ନେଇ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇବାରୁ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୁଲିସ ଓ ବ୍ୟାଙ୍କ କର୍ତୁପକ୍ଷଙ୍କ ଏଭଳି ଖାମଖିଆଲି କାର୍ଯ୍ୟକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି ।

ସୂଚନା ଅନୁଯାୟୀ, ସୌମେନ୍ଦ୍ର ପରିଜା ଟଙ୍କପାଣିରେ ଥିବା ଏକ ବ୍ୟାଙ୍କରୁ ୪କୋଟି ୫୦ଲକ୍ଷ ଟଙ୍କା ହୋଟେଲ ପାଇଁ ଲୋନ କରିଥିଲେ । କୋଭିଡ୍ କଟକଣା ଯୋଗୁଁ ବ୍ୟବସାୟୀ ନଚାଲିବାରୁ ସେ ଋଣ ସୁଝି ପାରିନଥିଲେ । ସୁଧ ଓ ମୂଳ ବାବଦକୁ ବ୍ୟାଙ୍କ ପକ୍ଷରୁ ୫କୋଟି ୬୦ଲକ୍ଷ ଟଙ୍କା ସୁଝିବାକୁ କୁହାଯାଇଥିଲେ ମଧ୍ୟ ସେ ସୁଝିପାରିନଥିଲେ । ବ୍ୟାଙ୍କ ପକ୍ଷରୁ ସିଲ କରିବାକୁ ଅର୍ଡର ବାହାର କରିବା ପରେ ପୁଲିସ ଓ ବ୍ୟାଙ୍କ ପକ୍ଷରୁ ସୋମବାର ବିଜେସ ବାଏବ ୱେ ହୋଟେଲକୁ ସିଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking