27.1 C
Bhubaneswar
Friday, March 29, 2024
Homeଓଡିଶାପହଞ୍ଚିଲାନି ଆମ୍ବୁଲାନ୍ସ, ବାଟରେ ପ୍ରସବକଲେ ମହିଳା

ପହଞ୍ଚିଲାନି ଆମ୍ବୁଲାନ୍ସ, ବାଟରେ ପ୍ରସବକଲେ ମହିଳା

ଖଜୁରିପଡା : କନ୍ଧମାଳ ଜିଲ୍ଲାରେ ଆଉ ଏକ ଜନନୀ ଯନ୍ତ୍ରଣା । ରାସ୍ତା ଅଭାବରୁ ଗାଁରେ ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ । ବାଟରେ ପ୍ରସବକଲେ ଗର୍ଭବତୀ ମହିଳା । ଖଜୁରୀପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତର ଦଡମାସ୍କା ଗ୍ରାମର ବିଜୟ କହଁରଙ୍କ ପତ୍ନୀ ସସ୍ମିତା ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । କିନ୍ତୁ ରାସ୍ତାର ଦୂରବସ୍ଥା ଯୋଗୁଁ ଗାଁ ଭିତରକୁ ପଶିପାରିଲା ନାହିଁ ଆମ୍ବୁଲାନ୍ସ । ଘରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଏକ ଖଟିଆରେ ଆସନ୍ନ ପ୍ରସବା ସସ୍ମିତାଙ୍କୁ ବୋହି ଆଣିବାକୁ ପଡିଲା । ତେବେ ବାଟରେ ହିଁ ପ୍ରସବ କରିଥିଲେ ସସ୍ମିତା । ପରେ ସ୍ଥାନୀୟ ଆଶାକର୍ମୀ ବୈଦେହୀ ବେହେରା କୌଣସି ପ୍ରକାରେ ପ୍ରସୂତୀଙ୍କୁ ସାହାଯ୍ୟ କରି ଆମ୍ବୁଲାନ୍ସରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏବେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଦୁଇ ଦିନ ମଧ୍ୟରେ ଗ୍ରାମକୁ ରାସ୍ତା ତିଆରି ନକଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking