28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏହି ଗ୍ରହର ଆଶ୍ଚର୍ଯ୍ୟକର ଖୁଲାସା

ଏହି ଗ୍ରହର ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଲଗାତାର ଭାବେ ଏଲିଅନ୍ସର ଅସ୍ତିତ୍ୱ ଖୋଜିବାରେ ଲାଗିଛନ୍ତି । କୌଣସି ଗ୍ରହରେ ଏଲିଅନ୍ସ ରହୁଛନ୍ତି ବୋଲି ଅନେକ ବୈଜ୍ଞାନିକଙ୍କ ଧାରଣା ରହିଛି । ଏହାକୁ ନେଇ କୋପେନହେଗନ ବିଶ୍ୱବିଦ୍ୟାଳୟ ଦ୍ୱାରା ରିସର୍ଚ୍ଚ କରାଯାଇଥିଲା । ଏଥିରୁ ଜଣାପଡିଲା କି, ଯେଉଁ ଗ୍ରହ ବାଇନାରୀ ତାରାଗୁଡ଼ିକର ପରିକ୍ରମା କରୁଛି, ତାହା ଏଲିଅନ୍ସଙ୍କ ସମ୍ଭାବିତ ଘର ହୋଇପାରେ ।

ତେବେ ବାଇନାରୀ ଷ୍ଟାର ହେଉଛି ଦୁଇଟି ତାରାର ଏକ ପ୍ରଣାଳୀ, ଯାହା ମାଧ୍ୟାକର୍ଷଣରେ ବନ୍ଧା ହୋଇ ପରସ୍ପରର କକ୍ଷପଥରେ ରହୁନ୍ତି । ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଖାଲି ଆଖିରେ ଦେଖିଲେ ବାଇନାରୀ ତାରାଗୁଡ଼ିକ ସମାନ ଦେଖାଯାଏ । ଗବେଷଣାରେ ଏହା ଉଲ୍ଲେଖ କରାଯାଇଛି ଯେ ସୂର୍ଯ୍ୟ ଆକାରର ପ୍ରାୟ ଅଧା ତାରା ବାଇନାରୀ ।

ଅନୁସନ୍ଧାନରେ କୁହାଯାଇଛି ଯେ, ବାଇନାରୀ ତାରାର ଚାରିପାଖରେ ଥିବା ଗ୍ରହ ପ୍ରଣାଳୀ ଏକକ ତାରାଙ୍କଠାରୁ ଭିନ୍ନ ହୋଇପାରେ । ଏହାର ଅର୍ଥ ହେଉଛି ଯେ, ଏହିପରି ଗ୍ରହମାନେ ଏଲିଅନ୍ସଙ୍କୁ ଖୋଜିବାରେ ନୂଆ ଟାର୍ଗେଟ ହୋଇପାରେ । ପୃଥିବୀରେ ଜୀବନର ସମ୍ଭାବନା ଏବଂ ପରିସର ଲୋକଙ୍କୁ ଆକର୍ଷିତ କରିଥାଏ । ପୃଥିବୀ ବାହାରେ ଜୀବନ ହୋଇପାରିବ କି ନାହିଁ, ଯାହା ପୃଥିବୀରୁ ଉତ୍ପନ୍ନ ହୋଇନି ସେନେଇ ଜ୍ୟୋତିର୍ବିଜ୍ଞାନୀମାନେ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking