37.1 C
Bhubaneswar
Friday, May 20, 2022
Homeଓଡିଶାଭତ୍ତା ଟଙ୍କା ଆଣିବାକୁ ଯାଉଛନ୍ତି ମାଇଲି ମାଇଲି ଦୂର

ଭତ୍ତା ଟଙ୍କା ଆଣିବାକୁ ଯାଉଛନ୍ତି ମାଇଲି ମାଇଲି ଦୂର

                                                   ସରକାରୀ ଯୋଜନା ମାରିଛି ଫେଲ

ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଏକ ପାହାଡିଆ ତଥା ବିବାଦ ଘେରରେ ରହିଆସୁଥିବା ଅଞ୍ଚଳ, ତେଣୁ ଏହି ଅଞ୍ଚଳରେ ରହୁଥିବା ନିରୀହ ଆଦିବାସୀ ଗରିବ ବୃଦ୍ଧା, ବୃଦ୍ଧି, ଭିନ୍ନକ୍ଷମ ଏବଂ ବିଧବା ମାନଙ୍କ ଦୁଃଖର କାହାଣୀ ଦେଖିବାକୁ ମିଳିଛି l କାହାଣୀଟି ଏହା କି ସରକାର ଦେଉଥିବା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନ କ୍ଷମ ଭତ୍ତା ପାଉଥିବା ହିତାଧିକାରୀ ମାନେ ପୂର୍ବରୁ ଗ୍ରାମପଂଚାୟତର ପାଖରେ ପାଉଥିବା ହେତୁ ଉପଯୁକ୍ତ ସମୟରେ ପାଇପାରୁଥିଲୁ, କିନ୍ତୁ ବର୍ତ୍ତମାନ ଏଭଳି ସୁବିଧା ଆଉ ନାହିଁ କାରଣ ପଞ୍ଚାୟତ ବାବୁ ମାନଙ୍କ ହାତରୁ ଛଡେଇ ନିଆଯାଇ ବ୍ୟାଙ୍କ ବାବୁଙ୍କ ହାତରେ ଓଡିଶା ସରକାର ଥମେଇ ଦେଇଛନ୍ତି l

ଯାହା ଦ୍ଵାରା କି ଅଶୀ -ନବେ ବର୍ଷର ବୃଦ୍ଧା ବୃଦ୍ଧ , ଦିବ୍ୟାଙ୍ଗ ଲୋକେ ୫୦୦ ଟଙ୍କା ଆଣିବା ପାଇଁ ୨୦ ରୁ ୨୫ କି.ମି ଗତିକରି ବ୍ୟାଙ୍କକୁ କଷ୍ଟରେ ଯାଉଛନ୍ତି l  କିନ୍ତୁ ଅନେକ ସମୟରେ ଥମ ଫିଙ୍ଗର ନେଉନାହିଁ କି ଅନେକ ସମୟରେ ବ୍ୟାଙ୍କ ଲିଙ୍କ ନଥିବା ଭଳି ଅସୁବିଧା ଏବଂ ଅନେକ ବୃଦ୍ଧା ବୃଦ୍ଧଙ୍କ ପାଖରେ ଆଧାର କାର୍ଡ ନଥିବା ସମସ୍ୟା ଏବଂ ଆକାଉଣ୍ଟ ନଥିବା ଭଳି ସମସ୍ୟା ଦେଖାଦେଉଛି l ତେଣୁ ସରକାରଙ୍କ ଯୋଜନା ଯଦି ଫେଲ ମାରୁଛି ତେବେ ଏହି ସରକାରୀ ଯୋଜନା କାହା ପାଇଁ ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking