26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଗ୍ନିପଥ ଯୋଜନାରେ ବାୟୁସେନାକୁ ମିଳିଛି ୫୬,୯୬୦ ଆବେଦନ

ଅଗ୍ନିପଥ ଯୋଜନାରେ ବାୟୁସେନାକୁ ମିଳିଛି ୫୬,୯୬୦ ଆବେଦନ

ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ଯୋଜନା ଅଧୀନରେ ୩ ହଜାର ପଦବୀ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଜାରିଥିବା ବେଳେ ପ୍ରଥମ ତିନିଦିନରେ ୫୬,୯୬୦ ଆବେଦନ ପତ୍ର ମିଳିଛି ବୋଲି ରବିବାର ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖାଦେବାର ଗୋଟିଏ ସପ୍ତାହ ପରେ ଏହି ଯୋଜନାଭ ଜୋର୍‌ଦାର ସମର୍ଥନ ମିଳିଛି । ଅଗ୍ନିପଥ ଯୋଜନା ଅଧୀନରେ ବାୟୁସେନାରେ ନିଯୁକ୍ତି ପ୍ରକ୍ରିୟା ଜୁଲାଇ ୫ ତାରିଖରେ ଶେଷ ହେବ ।

ଚଳିତ ବର୍ଷ ପାଇଁ ଭାରତୀୟ ବାୟୁସେନା ୩ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦେବ । ଦୁଇଟି ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଏବଂ ମେଡିକାଲ୍ ଟେଷ୍ଟ ପରେ ସେମାନଙ୍କର ଟ୍ରେନିଂ କାର୍ଯ୍ୟକ୍ରମ ଡିସେମ୍ବର ୩୦ରୁ ଆରମ୍ଭ ହେବ । ଜୁନ୍ ୧୪ରେ ଅଗ୍ନିପଥ ନିଯୁକ୍ତି ଯୋଜନାର ଘୋଷଣା କରି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ୧୭ ବର୍ଷ ୬ ମାସରୁ ୨୧ ବର୍ଷ ବୟସର ଯୁବକ ଚାରିବର୍ଷ ପାଇଁ ଏହି ଯୋଜନାରେ ନିଯୁକ୍ତି ପାଇବେ । ଏହା ମଧ୍ୟରେ ୨୫ ପ୍ରତିଶତକ ନିୟମିତ ସେବାରେ ଅନ୍ତର୍ଭୁକ୍ତ ହେବେ । ଏହି ଯୋଜନା ଘୋଷଣା ପରେ ବିହାର, ୟୁପି ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହା ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking