43.9 C
Bhubaneswar
Friday, April 19, 2024
Homeଓଡିଶାଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୂ

ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୂ

ଆନନ୍ଦପୁର: ଘରୋଇ କଳହର କରୁଣ ପରିଣତି । ବିଷ ପିଇଲେ ପୁଅ ବୋହୂ ଓ ଶାଶୂ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ପ୍ରଦୀପ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କଳହକୁ କେନ୍ଦ୍ର କରି ଏକା ସାଙ୍ଗରେ ତିନି ଜଣ ବିଷ ପିଇ ଦେଇଥିଲେ । ସୂଚନା ଅନୁଯାୟୀ, ପ୍ରଦୀପ ଦେଢ଼ ବର୍ଷ ତଳେ ଘଷିପୁରା ଅଞ୍ଚଳର ରଞ୍ଜୁଲତାଙ୍କୁ ବିବାହ କରିଥିଲେ । ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଝଗଡା ଲାଗି ରହୁଥିବାବେଳେ ଗତକାଲି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking