40.1 C
Bhubaneswar
Thursday, April 25, 2024
Homeଖେଳହକି ଅଲିମ୍ପିଆନ୍ ବରିନ୍ଦର ସିଂହଙ୍କ ପରଲୋକ

ହକି ଅଲିମ୍ପିଆନ୍ ବରିନ୍ଦର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ଅଲିମ୍ପିକ୍ ଏବଂ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ଥିବା ମହାନ୍ ହକି ଖେଳାଳି ବରିନ୍ଦର ସିଂହଙ୍କର ମଙ୍ଗଳବାର ସକାଳେ ଜଳନ୍ଧରରେ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ବନ୍ଦିର ୧୯୭୦ ଦଶକରେ ଭାରତୀୟ ହକି ଟିମ୍‌ର ବହୁ ସ୍ମରଣୀୟ ବିଜୟର ଅଂଶୀଦାର ଥିଲେ । ୧୯୭୫ କ୍ୱାଲାଲମ୍ପୁରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଟିମ୍‌ର ବରିନ୍ଦର ଜଣେ ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ୍‌ରେ ଏହା ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ ଏବଂ ୧୯୭୫ ପରେ ଭାରତ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିପାରି ନାହିଁ ।

୪୭ ବର୍ଷ ତଳେ ଭାରତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା । ବରିନ୍ଦର ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ହକି ଟିମ୍‌ର ସଦସ୍ୟ ଥିଲେ । ଏହି ଅଲିମ୍ପିକ୍‌ରେ ଭାରତ ବ୍ରୋଞ୍ଜ୍ ପଦକ ଜିତିଥିଲା । ଏହାପରେ ୧୯୭୩ ଆମଷ୍ଟରଡାମ୍ ବିଶ୍ୱକପ୍ ରୌପ୍ୟ ପଦକ ବିଜେତା ଭାରତୀୟ ଟିମ୍‌ର ମଧ୍ୟ ସେ ସଦସ୍ୟ ଥିଲେ । ୧୯୭୪ ଏବଂ ୧୯୭୮ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜୟୀ ଭାରତୀୟ ଟିମ୍‌ରେ ବରିନ୍ଦର ସାମିଲ ଥିଲେ । ବରିନ୍ଦର ସିଂହଙ୍କୁ ୨୦୦୭ରେ ପ୍ରତିଷ୍ଠିତ ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ହକି ଇଣ୍ଡିଆ ଶୋକପ୍ରକାଶ କରିବା ସହ ଏକ ବିଜ୍ଞପ୍ତି ଜାରିକରି ତାଙ୍କ ଉପଲବ୍ଧିକୁ ହକି ଜଗତ ସର୍ବଦା ସ୍ମରଣ ରଖିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking