38.1 C
Bhubaneswar
Saturday, April 20, 2024
Homeଓଡିଶାମୌସୁମୀ ଆସନ୍ନ ନଦୀ ବନ୍ଧ ମୁକୁଳା ରାଜ ନେତା ଓ ପ୍ରଶାସନ ର ନିଦ୍ରା ଭାଙ୍ଗୁ...

ମୌସୁମୀ ଆସନ୍ନ ନଦୀ ବନ୍ଧ ମୁକୁଳା ରାଜ ନେତା ଓ ପ୍ରଶାସନ ର ନିଦ୍ରା ଭାଙ୍ଗୁ ନାହିଁ

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ନଦୀ ମାନଙ୍କ ରେ ନଦୀ ବନ୍ଧ ଦୁର୍ବଳ ଅବସ୍ଥା ରେ ରହିଛି । ମରାମତି ନାମ କୁ ମାତ୍ର ଚାଲିଛି । ଅଧିକାଂଶ ନଦୀ ବନ୍ଧ ମରାମତି କରା ଯାଉ ନାହିଁ । ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କୋରାଇ ବ୍ଲକ ଅଞ୍ଚଳରେ । ବୈତରଣୀ ନଦୀର ଦକ୍ଷିଣ ପାର୍ଶ ନଦୀ ବନ୍ଧ ଅର୍ଦ୍ଧ ନିର୍ମାଣ ଅବସ୍ଥାରେ ପଡ଼ିରହିଛି । ସମ୍ପୂର୍ଣ ନଦୀ ବନ୍ଧ ନିର୍ମାଣ ପାଇଁ ରାଜ ନେତାଙ୍କ ଚିନ୍ତା ନାହିଁ । ଅନ୍ୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ମାନେ ନଦୀ ବନ୍ଧ ସୁଦୃଢି କରଣ କରିବା ପାଇଁ ଜଳ ସେଚନ ବିଭାଗ ଓ ପ୍ରଶାସନ ଉପରେ ଚାପ ପକାଇ କାର‌୍ୟ୍ୟ କରୁଥିଲା ବେଳ କୋରାଇ ବିଧାୟକ ଙ୍କ ଚିନ୍ତା ନାହିଁ । ପ୍ରତି ବର୍ଷ ବୈତରଣୀ ନଦୀ ରେ ବନ୍ୟା ଜଳ ଆସି ୧୦ଟି ପଂଚାୟତ ର ୫୬ରୁ ଉର୍ଦ୍ଧ ଗ୍ରାମର ରେ ବନ୍ୟା ଜଳ ପ୍ରବେଶ କରି ନାହିଁ ନଥିବା କ୍ଷତି ଘଟାଇ ଥାଏ । ୨୦୧୦ମସିହା ରେ ତତକାଳୀନ କୋରାଇ ବିଧାୟକ ଇଂ ପ୍ରୀତ ରଞ୍ଜନ ଘଡେ଼ଇ ବୈତରଣୀ ନଦୀର ଦକ୍ଷିଣ ପାର୍ଶ ରେ ନଦୀ ବନ୍ଧର ଶୁଭ ଆରମ୍ଭ କରି ଥିଲେ । ୩ କିଲୋମିଟର ପର‌୍ୟ୍ୟନ୍ତ ନଦୀ ନିର୍ମାଣ ଚାଲି ଥିବା ସମୟ ରେ ବିଧାନସଭା ନିର୍ବାଚନ ହେଲା । ଶ୍ରୀ ଘଢେ଼ଇ ସୁକିନ୍ଦା ର ବିଧାୟକ ହେଲେ କିନ୍ତୁ ନଦୀ ବନ୍ଧ ନିର୍ମାଣରେ ପୂର୍ଣ୍ଣ ଛେଦ ପଡିଲା । ୨୦୧୪ ମସିହା ଠାରୁ ନଦୀ ବନ୍ଧ ରେ ମାଟି ମୁଠେ ପଡ଼ି ନାହିଁ । ଯିଏ ବିଧାୟକ ହେଲେ ନଦୀ ବନ୍ଧ କଥା ଭୁଲି ଗଲେ । ମଥୁରା ପୁର ଠାରୁ ମୂଳା ପାଳ ପଂଚାୟତ ପର‌୍ୟ୍ୟନ୍ତ ୧୦କିଲୋମିଟର ପଯ୍ୟନ୍ତ ବୈତରଣୀ ନଦୀ ର ଦକ୍ଷିଣ ପାର୍ଶ୍ୱ ମୁକୁଳା ପଡିଛି । ଫଳରେ ରେ ୫ଟି ପଂଚାୟତ ର ୫୦ହଜାର ରୁ ଉର୍ଦ୍ଧ ଲୋକ ବନ୍ୟା ଜଳରେ ବିପନ୍ନ ହେଉଛନ୍ତି । ହଜାର ହେକ୍ଟର ଜମି ବନ୍ୟା ଜଳ ରେ ଫସଲ ଧୋଇ ଯାଉଛି । ଏବେ ବାଲି ମାଫିଆ ମାନେ ମକୁନ୍ଦ ପୁର ଠାରୁ ମୂଳାପାଳ ପଂଚାୟତ ପର‌୍ୟ୍ୟନ୍ତ ବିଭିନ୍ନ ସ୍ଥାନ ରେ ମନ ମାନି କରି ବାଲି ନଦୀ ରୁ ଉତ୍ତୋଳନ କରି ଗ୍ରାମ ରାସ୍ତା ରେ ଶହ ଶହ ଭାରି ଯାନ ରେ ଦିବା ରାତ୍ର ରେ ଯାତ ଆତ କରିବା ଦ୍ଵାର ରାସ୍ତା ଖରାପ ହେଉଛି ଓ ଟ୍ରାଫିକ ବିପର‌୍ୟ୍ୟସ୍ତ ହେଉଛି । ନଦୀରୁ ବାଲି ଉତ୍ତୋଳନ ଫଳରେ ନଦୀ ଗତି ପଥ ବଦଳାଇ ଗ୍ରାମମୁଖୀ ହେଉଛି ।. ଅନ୍ୟ ପକ୍ଷ ରେ ବନ୍ଧ ନ ଥିବାରୁ ମକୁନ୍ଦ ପୁର, ମଥୁରା ପୁର, ବଳିଆ ପାଳ, ଶାଳଵା, ଦୁଲେଖାପାଟଣା ଗହ୍ମାରିଆ ପ୍ରଭୁତି ୧୫ରୁ ଗ୍ରାମ ନଦୀ ଗର୍ଭରେ ଲୀନ ହେବାକୁ ଯାଉଛି । ବୈତରଣୀ ନଦୀର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ର ନଦୀ ବନ୍ଧ ସୁଦୃଢ଼ ଥିବା ରୁ ବନ୍ୟା ଜଳ ଯାଜପୁର ଜିଲ୍ଲାର କୋରାଇ ବ୍ଲକ ର ୮ଟି ପଂଚାୟତ ର ୫୦ଉର୍ଦ୍ଧ ଲୋକ ବନ୍ୟା ରେ ବିପନ୍ନ ହେଉଛନ୍ତି । ବିଧାୟକ ଏଥି ପ୍ରତି ଧ୍ୟାନ ନ ଦେଇ ବଡ଼ ବଡ଼ ବାହାସ୍ପଟ ମାରୁଛନ୍ତି.ା ସରକାରୀ ଭାବରେ ୮ଟି ବାଲି ଉତୋଳନ ପାଇଁ ଲିଜ ଦିଆ ଯାଇଛି । ଵେଆଇନ ଭାବ ରେ ବହୂ ବାଲି ମାଫିଆ ବାଲି ଉତୋଳନ ଦ୍ୱାରା ସରକାର ଙ୍କ ରାଜସ୍ୱ ହାନି ଘଟୁଛି । ବାଲି ଲିଜ ରେ ଯେତିକି ରାଜସ୍ୱ ମିଳୁଛି ରାସ୍ତା ଘାଟ ଭାଙ୍ଗିବା ଦ୍ୱାରା ସରକାର ଙ୍କ ରାସ୍ତା ମରାମତି ପାଇଁ ୫ଗୁଣା ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ଏହି ଜନ ପ୍ରତିନିଧି ସମୟ ରେ ବାଲି ଉତୋଳନ ବିଶେଷ ହେଉଛି ୫ବର୍ଷ ପୂର୍ବ ରୁ ବୈତରଣୀ ନଦୀ ବାଲି ଉଠୁ ନ ଥିଲା ଏବେ କାହିଁକି ଵେଆଇନ ବାଲି ଘାଟ ଗଢି ଉଠୁଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୈତରଣୀ ନଦୀ ଵେଆଇନ ବାଲି ଉଠାଣ ବନ୍ଦ ସମେତ ନଦୀ ବନ୍ଧ ନିର୍ମାଣ ପାଇଁ କୋରାଇ ସଂଗ୍ରାମ ସମିତି ଅନ୍ଧୋଲ ଦୁର୍ବାର ଅନ୍ଧୋଲ କରିବା ପାଇଁ ନିଷ୍ପତି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking