39.1 C
Bhubaneswar
Wednesday, April 24, 2024
Homeମନୋରଞ୍ଜନବିବାହ କଥା ପଚାରିବାରୁ ହସିଦେଇ ଚାଲିଗଲେ ଏହି ଅଭିନେତ୍ରୀ

ବିବାହ କଥା ପଚାରିବାରୁ ହସିଦେଇ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଆପ ନେତା ରାଘବ ଚଢାଙ୍କ ସହ ବିବାହ ଗୁଜବ ନେଇ ଶିରୋନାମାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ନିକଟରେ ଦୁହେଁ ମୁମ୍ବାଇରେ ଦୁଇଥର ନଜର ଆସିଥିଲେ ଏବଂ ସେତେବେଳେ ସେମାନଙ୍କର ଡେଟିଂ ଏବଂ ନିର୍ବନ୍ଧ ବିଷୟରେ ଗୁଜବ ଆରମ୍ଭ ହୋଇଥିଲା । ଏହାପରେ ଅନେକ ଥର ପରିଣୀତି ସର୍ବସାଧାରଣରେ ନଜର ଆସିଥାନ୍ତି ।

ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ପରିଣୀତି । ଏହି ସମୟରେ ପ୍ୟାପଙ୍କୁ ପୋଜ ଦେବା ବେଳେ ତାଙ୍କ ବିବାହ ଗୁଜବକୁ ନେଇ ପାପାରାଜିଙ୍କ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସ୍ମାଇଲ ଦେଇଥିଲେ ଅଭିନେତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୋମବାର ରାତିରେ ପରିଣୀତିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ପାପାରାଜି ଅଭିନେତ୍ରୀଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ । ପ୍ୟାପ୍ସ ତାଙ୍କୁ ବିବାହର ତାରିଖ କହିବାକୁ ମଧ୍ୟ କହିଥିଲେ ଯାହା ଦ୍ବାରା ସେମାନେ ସେମାନଙ୍କର ଶେରୱାନି ପ୍ରସ୍ତୁତ କରିପାରିବେ । ପରିଣୀତି ପ୍ରତିକ୍ରିୟାରେ ସ୍ମାଇଲ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ପରେ ଫ୍ୟାନ୍ସ ମଧ୍ୟ କମେଣ୍ଟ କରିଛନ୍ତି ।

ପାପାରାଜି ଆହୁରି ମଧ୍ୟ କହିଥିଲେ ୟେ, ଆମେ (ଝିଅ ପକ୍ଷରୁ)’ଲଡକିୱାଲେ’। ଏହାପରେ ପରିଣୀତି ସ୍ମାଇଲ କରିବା ସହ ଉତ୍ତରରେ କହିଛନ୍ତି, ‘ତୁମ୍ ଲୋଗ୍ ପାଗଲ୍ ହୋ ଚୁକେ ହୋ’ (ତୁମେମାନେ ପାଗଳ ହୋଇଯାଇଛ) । ପରେ ପରିଣୀତି ପ୍ୟାପ୍ ପାଇଁ ପୋଜ୍ କରିଦେଇଥିଲେ । ତେବେ ସେ ଏକ ବ୍ଲାକ ଟି-ସାର୍ଟ ଏବଂ ବ୍ଲାକ ଚେକ୍ ପ୍ୟାଣ୍ଟ ସହ ଷ୍ଟାଇଲିସ ଲୁକରେ ନଜର ଆସିଥିଲେ।

ସୂଚନା ଥାଉ କି, ନିକଟରେ ପରିଣୀତି ତାଙ୍କ ମୁଦି ଆଙ୍ଗୁଠିରେ ରୂପା ବ୍ୟାଣ୍ଡ ପିନ୍ଧିଥିବାର ନଜର ଆସିଥିଲେ । ପରିଣୀତି ଏବଂ ରାଘବଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏହି ଅକ୍ଟୋବରରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି । ଏବଂ ପ୍ରିୟଙ୍କା ଚୋପ୍ରା ଏହି ସମାରୋହରେ ଯୋଗ ଦେଇପାରନ୍ତି କାରଣ ସେ ଏହି ସମୟରେ ଜିଓ ମାମି ଫିଲ୍ମ ଫେଷ୍ଟିଭାଲର ପାଇଁ ଭାରତରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking