30.1 C
Bhubaneswar
Wednesday, April 24, 2024
Homeଅପରାଧନାବାଳିକାକୁ ଗର୍ବବତୀ କରି ଅଭିଯୁକ୍ତ ଫେରାର

ନାବାଳିକାକୁ ଗର୍ବବତୀ କରି ଅଭିଯୁକ୍ତ ଫେରାର

ଫୁଲବାଣୀ: ପୁଣି ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଏହି ଘଟଣାରେ ପୋଲିସ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁସାରେ, ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଗ୍ରାମ ପଞ୍ଚାୟତରେ ଥିବା ଏକ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଛି । ଏହି ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଜଣକ ଚାରି ମାସର ଗର୍ଭବତୀ ହେଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୪୩/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଥାନାଧିକାରୀ ଦୀପକ ରାଉତ ଛାତ୍ରୀଙ୍କୁ ଏବଂ ସମ୍ପୃକ୍ତ ଛାତ୍ରଙ୍କୁ ଡାକ୍ତରୀ ମାଇନା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ଗଣମାଧ୍ୟମକୁ କୋଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଘଟଣା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରାଙ୍କୁ ପଚାରିବାରୁ ଘଟଣା ବିଷୟରେ ସୂଚନା ଥିଲେ ମଧ୍ୟ ତଦନ୍ତ ଚାଲିଥିବାରୁ ଅଧିକ କିଛି କହି ହେବନାହିଁ ବୋଲି କହିଛନ୍ତି । ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ତଥା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ଶତାଧିକ ଛାତ୍ରୀ ରହି ଅଧ୍ୟୟନ କରନ୍ତି । ତୁମୁଡିବନ୍ଧ ବ୍ଲକର କେବଳ ଆଦିମ ଜନଜାତି (କୁଟିଆ କନ୍ଧ) ସାମ୍ପ୍ରଦାୟର ଛାତ୍ରୀମାନଙ୍କ ନିମନ୍ତେ ୨୦୦୮ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହେଇଥିଲା । ଆଦିମ ଜନଜାତି କୁଟିଆ କନ୍ଧ ଛାତ୍ରୀମାନଙ୍କ ଉନ୍ନତ ଶିକ୍ଷାଦାନ ଓ ସମସ୍ତ ପ୍ରକାର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହେଇଛନ୍ତି ।

ଏହି ଆବାସିକ ବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ଛାତ୍ରୀମାନଙ୍କୁ ସମସ୍ତ ସୁବିଧା ଏବଂ ସୁରକ୍ଷା ଦେବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି । କିନ୍ତୁ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଭଳି ଅଭାବନୀୟ ଘଟଣା ଘଟିଥିବାରୁ ଆଦିମ ଜନଜାତି ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking