40.1 C
Bhubaneswar
Thursday, April 25, 2024
Homeଓଡିଶା୬୧ ତମ ପୋଲିସ୍ ସହିଦ୍ ଦିବସ ପାଳିତ

୬୧ ତମ ପୋଲିସ୍ ସହିଦ୍ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହର ପୁର ପଡ଼ିଆଠାରେ ୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ ହୋଇଯାଇଛିି । କୋଭିଡ ନିୟମାନୁସାରେ ପାଳିତ ଏହି କାର୍ଯ୍ୟକ୍ରମ ର ଆରମ୍ଭରୁ କରୋନା ସହ ଲଢେ଼ଇ ରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ନାମ ପାଠ କରାଯିବା ସହ ତାଙ୍କର ଆତ୍ମା ର ସଦଗତି ପାଇଁ ନିରବ ପ୍ରାଥନା କରାଯାଇଥିଲା । ଦେଶରେ ଆନ୍ତରିକ ସୁରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ହେଉଛି ପୋଲିସର ମୁଖ୍ୟ ସେବା । ଦେଶରେ ପ୍ରତ୍ୟେକ ଘରେ ସୁଖ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ନିରନ୍ତର କାର୍ଯ୍ୟରତ । ଦେଶରେ ପୋଲିସ ନିଜର କର୍ତ୍ତବ୍ୟ ସମ୍ପାଦନ ତଥା କରୋନା ସମୟରେ ନିଜର ପ୍ରାଣ ବଳି ଦେଇଛନ୍ତି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ତେବେ ଏଥର ସର ଦେଶ କରନା ସହ ଲଢେ଼ଇ କରୁଥିବା ବେଳେ ପୋଲିସ ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ପୋଲିସ୍ ଦିବସ ଅବସରରେ ଅତିରିକ୍ତ ଏସ.ପି. ମନୋରଞ୍ଜନ ପ୍ରଧାନ କହିଥିଲେ । ଆଜିର ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍ ପି ରବିନାରାୟଣ ପାତ୍ର,ଅତିରିକ୍ତ ବଲାଙ୍ଗୀର ଉପଖଣ୍ଡ ଅଧିକାରୀ ଶ୍ରୀମନ୍ତ ବାରିକ, ରିଜର୍ଭ ଇନିସ୍ପେକ୍ଟର ସତୀଶ ସାହୁ, ଟାଉନ ଆଇ ଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ, ପୁଇଁତଲା ଆଇ ଆଇ ସି ବି ରୁଦ୍ରିଆ, ଆସିଷ୍ଟାଣ୍ଟ କମାଣ୍ଡର କୁମୁଦ ସେଠ ପ୍ରମୁଖ କାର୍ୟ୍ୟକ୍ରମରେ ଯୋଗଦାନ କରି ସହିଦମାନଙ୍କ ସ୍ମୃତିଚାରଣ କରିବାସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking