27.1 C
Bhubaneswar
Tuesday, September 27, 2022
Homeଅପରାଧ୬୦ ବର୍ଷୀୟ ନେତାଙ୍କ ଯୌନ ନିର୍ଯାତନା ଅସହ୍ୟ ହେଲା! ୫ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲା...

୬୦ ବର୍ଷୀୟ ନେତାଙ୍କ ଯୌନ ନିର୍ଯାତନା ଅସହ୍ୟ ହେଲା! ୫ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲା ନାବାଳିକା

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଜଣେ ନେତାଙ୍କ ଦ୍ୱାରା ଯୌନ ନିର୍ଯାତନା ସହି ନପାରି ୧୪ ବର୍ଷୀୟ ନାବାଳିକା ୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛି । କ୍ଷମତାରେ ଥିବା ୱାଇଏସ୍‌ଆର କଂଗ୍ରେସ ପାର୍ଟି ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ପୋଲିସ ୯ମ ଶ୍ରେଣୀ ଛାତ୍ରୀର କୋଠାରୀରୁ ଏକ ଆତ୍ମହତ୍ୟା ନୋଟ ଜବତ କରିଛି, ଯେଉଁଥିରେ କି ଲେଖାଯାଇଛି ଯେ, କୋଠାରେ ରହୁଥିବା ବିନୋଦ ଜୈନ ତାକୁ ଲଗାତାର ଶାରୀରିକ ନିର୍ଯାତନା ଦେଉଥିଲା । ଅସହ୍ୟ ହେବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛି ।

ଟିଡିପି ଟିକେଟରେ ପାର୍ଷଦ ଭାବେ ନିକଟରେ ହୋଇଥିବା ନଗରନିଗମ ନିର୍ବାଚନରେ ଲଢ଼ିଥିବା ଅଭିଯୁକ୍ତ ବିନୋଦ ଜୈନଙ୍କୁ ପୋଲିସ ଗିରଫ କରିଛି । ବିନୋଦର ବୟସ ୬୦ ବର୍ଷ । ପୋକ୍ସୋ ଆଇନ ଆଧାରରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ନାବାଳିକାର ଜେଜେ ମା’ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସକାଳ ଠାରୁ ମନଦୁଃଖରେ ଥିଲା । କିନ୍ତୁ ପଚାରିଲେ ମଧ୍ୟ କିଛି କହୁ ନଥିଲା । ପାଞ୍ଚ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛି । ପୋଲିସ ନାବାଳିକାର କୋଠରୀରୁ ଏକ ଆତ୍ମହତ୍ୟା ନୋଟ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking