30.1 C
Bhubaneswar
Wednesday, April 24, 2024
Homeଓଡିଶାକଟକଣା ଭିତରେ ଜହ୍ନାରେ ୫୩ତମ ମହାଲକ୍ଷ୍ମୀ ପୂଜା ପାଳିତ

କଟକଣା ଭିତରେ ଜହ୍ନାରେ ୫୩ତମ ମହାଲକ୍ଷ୍ମୀ ପୂଜା ପାଳିତ

ଯାଜପୁର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ କଟକଣା ଓ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅନୁଯାୟୀ କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ମହାଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ବିଧିରକ୍ଷା ପାଇଁ ୫୩ତମ ପୂଜା ଉତ୍ସବ ନିରାଡମ୍ବର ଭାବରେ କରାଯାଇଛି । ଗତକାଲି ସନ୍ଧ୍ୟାରେ ପାଖ ପୁଷ୍କରିଣୀରେ କଳସ ପୂଜା କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇ ମଧ୍ୟରାତ୍ରୀରେ ଶେଷ ହୋଇଥିଲା । ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସମସ୍ତ କାର୍ଯ୍ୟକ୍ରମକୁ କରୋନା ଯୋଗୁଁ ବାତିଲ କରାଯାଇଛି । ପୂଜା କମିଟିର ଅାବାହକ ନଟବର ବିଶ୍ଵାଳ, ବ୍ରଜ କିଶୋର ପୃଷ୍ଟି, ଜଗବନ୍ଧୁ ବେହେରା, ପ୍ରାଣକୃଷ୍ଣ ବିଶ୍ଵାଳ, ନିମାଇଁ ପରିଡ଼ା, ଲଲାଟେନ୍ଦୁ ନାୟକ, ଜଗଦୀଶ ସାହୁ, ଦୁର୍ଯ୍ୟୋଧନ ସାହୁ, କୁଳମଣି ରାଉତ, ପଦ୍ମନାଭ ବିଶ୍ଵାଳ, ରାଣା ପ୍ରତାପ ସିଂ, ଭୀମସେନ ରାଉତ, ଭ୍ରମର ରାଉତ,ପ୍ରଶାନ୍ତ ସାହୁ, ନିରଞ୍ଜନ ମଲ୍ଲିକ, ଗୟାଧର ସାହୁ, ନାଣ୍ଡୁ ଦାସ, ଭୀମସେନ ମଲ୍ଲିକ, କ୍ଷୀରୋଦ ଦାସ, ଅମୂଲ୍ୟ ରାଉତ, ଅନିଲ ବିଶ୍ଵାଳ, ଗୟାଧର ପାଢ଼ୀ, ବିଦ୍ୟାଧର ମଲ୍ଲିକ, କୃଷ୍ଣ ଦାସ, ବଳରାମ ବଳ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking