39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ

ଯାଜପୁର -ଆଜି ତା  16.11.2020ରିଖ ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ର 4ର୍ଥ ପ୍ରତିଷ୍ଠା ଦିବସ ବ୍ୟାସନଗର ସ୍ଥିତ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ତତ୍କାଳୀନ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଅଣ ସଂଗଠିତ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଏକ ବିଭାଗ 2017 ମସିହା 16ନଭେମ୍ବର ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସ ପ୍ରତିଷ୍ଠା କରାଯାଇଥିଲା । ଭାରତ ବର୍ଷ ର ପ୍ରତିଷ୍ଠାତା ଓ ପ୍ରଥମ ସର୍ବଭାରତୀୟ ଅଧକ୍ଷ  ଭାବେ ଅରବିନ୍ଦ ସିଂହ ଦାୟିତ୍ୱ ନେଇଥିଲେ । ଏହାର ମୁଖ୍ୟ ଲକ୍ଷ ଓ ଆଦର୍ଶ ଥିଲା  ଦେଶରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା 80 କୋଟି ରୁ ଉର୍ଦ୍ଧ ଶ୍ରମିକ ଙ୍କ ସାମାଜିକ ସୁରକ୍ଷା ପାଇଁ ତାଙ୍କର ଆର୍ଥିକ, ସ୍ୱାସ୍ଥ୍ୟ, ପେନସନ, ମୃତ୍ୟୁ କାଳୀନ ସହାୟତା, ଚାକିରୀ ର ସର୍ତ୍ତାବଳି ଓ ନିରାପତ୍ତା ନିମନ୍ତେ ଗଠନ କରାଯାଇଥିଲା। ଏହାର ଚତୁର୍ଥ ପ୍ରତିଷ୍ଠା ଦିବସ ରେ ପ୍ରଥମେ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଣ ସଂଗଠିତ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ କଂଗ୍ରେସ ସରକାର ପ୍ରଥମେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରିବା ଓ ଅଣ ସଂଗଠିତ ଶ୍ରମିକ ମାନଙ୍କ ସୁରକ୍ଷା 2008ରେ ଆଇନ ପ୍ରଣୟନ କରିବା ପରେ ମଧ୍ୟ ଏବର କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରୁନାହାନ୍ତି, ଯାହା ଫଳରେ କୋଭିଡ -19ମହାମାରୀ ସମୟରେ ବହୁ ଶ୍ରମିକ କାର୍ଯ୍ୟ ହରାଇ ବେରୋଜଗାରୀ ହେଲାପରେ ମଧ୍ୟ ସେମାନଙ୍କୁ କୌଣସି ସରକାରୀ ସହାୟତା ନ ମିଳିବାରୁ ଶ୍ରୀ ମହାନ୍ତି ଏହାକୁ ଦୃଢ଼ ନିନ୍ଦା କରିଥିଲେ । ଏହି ଆଲୋଚନା ଚକ୍ର ରେ ଅନ୍ୟ ମାନଙ୍କ ମଧ୍ୟରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସମ୍ପାଦକ ପରମାନନ୍ଦ ସେଠୀ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ଅସଂଗଠିତ ଶ୍ରମିକ କଂଗ୍ରେସ କୋରେଇ ବ୍ଲକ ସଭାପତି ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking