28.1 C
Bhubaneswar
Friday, March 29, 2024
Homeଖେଳଠାକରାନ୍ ଡବ୍‌ଲ୍ୟୁବିସି ଏସିଆ କଣ୍ଟିନେଣ୍ଟାଲ୍ ଚାମ୍ପିଅନ୍

ଠାକରାନ୍ ଡବ୍‌ଲ୍ୟୁବିସି ଏସିଆ କଣ୍ଟିନେଣ୍ଟାଲ୍ ଚାମ୍ପିଅନ୍

ବ୍ୟାଙ୍କକ: ଭାରତର ସୁପର୍ ମିଡଲ୍‌ୱେଟ୍ ବକ୍ସର୍ ଶିବା ଠାକରାନ୍ ଡବ୍‌ଲ୍ୟୁବିସି ଏସିଆ କଣ୍ଟିନେଣ୍ଟାଲ୍ ଚାମ୍ପିଅନ୍‌ଶିପ୍‌ରେ ଟାଇଟଲ୍ ହାସଲ କରିଛନ୍ତି । ସେ ଟେକ୍‌ନିକାଲ୍ ନକଆଉଟ୍ ଭିତ୍ତିରେ ମାଲେସିଆର ଆଦଲି ହାଫିଜ୍‌ଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ସାଉଥ୍ ଇଷ୍ଟ୍ ଏସିଆନ୍ ଗେମ୍ସରେ ପଦକ ଜିତିଥିବା ହାଫିଜ୍‌ଙ୍କୁ ବୁଧବାର ଅନୁଷ୍ଠିତ ମୁକାବିଲାରେ ପରାସ୍ତ କରି ଏସିଆନ୍ ପ୍ରୋ ବକ୍ସିଂ ସର୍କିଟ୍‌ରେ ଠାକରାନ୍ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ବିଜୟ ପରେ ଠାକରାନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମ୍ୟାଚ୍ ପୂର୍ବରୁ କେହି ବି ତାଙ୍କୁ ଫେବରିଟ୍ ମନେ କରି ନ ଥିଲେ । ଏପରିକି ଷଷ୍ଠ ରାଉଣ୍ଡ୍ ଆଗକୁ ସେ ଲଢ଼ିପାରିବେ ନାହିଁ ବୋଲି ଅନେକ ନିଶ୍ଚିତ ଥିଲେ ।

ପାଖାପାଖି ବର୍ଷେ ପର୍ଯ୍ୟନ୍ତ କୌଣସି ମୁକାବିଲାରେ ଅବତୀର୍ଣ୍ଣ ହୋଇ ନ ଥିବାରୁ ଅନେକ ତାଙ୍କୁ ଗୁରୁତ୍ୱ ଦେଇ ନଥିଲେ । କିନ୍ତୁ ତାଙ୍କର ବୟସ ମାତ୍ର ୨୫ ବର୍ଷ ବୋଲି ସମସ୍ତେ ଭୁଲିଯାଇଥିଲେ । ତାଙ୍କ ବୟସରେ ଭାରତରେ ସାଧାରଣତଃ ବକ୍ସର୍‌ମାନେ ପେସାଦାର ବକ୍ସିଂରେ ମନୋନିବେଶ କରିଥାନ୍ତି । କିନ୍ତୁ ସେ ପ୍ରୋ ବକ୍ସିଂରେ ଏତେ କମ୍ ବୟସରେ ପ୍ରବେଶ କରିଥିବାରୁ ତାଙ୍କୁ ହାଫିଜ୍‌ଙ୍କ ବିରୋଧରେ ସଫଳତା ମିଳିଥିବା ଠାକରାନ୍ କହିଛନ୍ତି । ସେହିପରି ହାଫିଜ୍‌ଙ୍କ ବିପକ୍ଷ ମୁକାବିଲା ପାଇଁ ତାଙ୍କୁ ଓଜନ ବର୍ଗରେ ପରିବର୍ତ୍ତନ କରିବାକୁ ପଡ଼ିଥିଲେ ମଧ୍ୟ ଏହା ତାଙ୍କର ପ୍ରଦର୍ଶନକୁ ପ୍ରଭାବିତ କରି ନ ଥିବା ଠାକରାନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking