34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆତଙ୍କବାଦୀଙ୍କ ବର୍ବରକାଣ୍ଡ : ଘରେ ପଶି ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା

ଆତଙ୍କବାଦୀଙ୍କ ବର୍ବରକାଣ୍ଡ : ଘରେ ପଶି ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା

ଅୱନ୍ତିପୁରା : ବର୍ବରତାର ସବୁ ସୀମା ଟପିଲେ ଆତଙ୍କୀ । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଉପତ୍ୟକାରେ ମାତିଛନ୍ତି ଆତଙ୍କବାଦୀ । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛନ୍ତି । ରବିବାର ସକାଳେ ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣ ପରେ ହରିପାରିଗାମ ଗ୍ରାମରେ ପୁଣି ଥରେ ରକ୍ତର ହୋଲି ଖେଳିଛନ୍ତି । ଗତକାଲି ଜଣେ ପୂର୍ବତନ ପୋଲିସ୍ ଅଧିକାରୀଙ୍କୁ ଘରେ ପଶି ହତ୍ୟା କରିଛନ୍ତି । ଅୱନ୍ତିପୁରା ହରିପରିଗାମରେ ରାଜ୍ୟ ପୋଲିସର ପୂର୍ବତନ ସ୍ପେଶାଲ ଅଫିସର୍ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଗୁଳି ମାରି ହତ୍ୟା କରିଛନ୍ତି ।

ଗତକାଲି ରାତିରେ କିଛି ଆତଙ୍କବାଦୀ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଆଖି ବୁଜା ଗୁଳି ମାରିଥିଲେ । ଫୈୟାଜ ଅହମ୍ମଦଙ୍କୁ ହତ୍ୟା କରିବା ପରେ ଥମିନଥିଲା ଆତଙ୍କୀଙ୍କ ରାଗ ।  ଆତଙ୍କୀ ଆକ୍ରମଣରେ ସ୍ତ୍ରୀ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ଫୈୟାଜ ଅହମ୍ମଦଙ୍କ ଝିଅ ଓ ସ୍ତ୍ରୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାଲା । ହେଲେ ଚିକିତତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଝିଅର ଅବସ୍ଥା ଗୁରୁତର ରହିଛି। କାଶ୍ମୀର ଜୋନ୍ ପୋଲିସର ସୂଚନା ଅନୁସାରେ, ଏହି ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking