ପୁଲୱାମାରେ ସିଆପିଏଫ ଟିମ ଉପରକୁ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ସହିଦ, ୫ ଆହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି । କୁହାଯାଉଛି ଯେ, ୧୧୦ ବାଟାଲିୟନ ଓ ଜମ୍ମୁ-କାଶ୍ମୀର ପୋଲିସ ଯବାନ ଆରଓପିରେ ଥିବା ସମୟରେ ଅଜ୍ଞାତ ଆତଙ୍କବାଦୀମାନେ ଆଖିବୁଜା ଗୁଳି ବର୍ଷଣ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ଚିକିତ୍ସା ଲାଗି ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପମ୍ପୋରର ତଙ୍ଗନ ବାଇପାସ୍‌ ନିକଟସ୍ଥ କାନ୍ଧିଜଳ ପୋଲ ଉପରେ ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୋଲିସ ବାହିନୀ ରୋଡ୍‌ ଓପନିଂ ଡ୍ୟୁଟିରେ ଥିଲେ । ଏହି ସମୟରେ ସେମାନଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଗୁଳିମାଡ଼ କରି ଆତଙ୍କବାଦୀମାନେ ଫେରାର ହୋଇଯାଇଥିବା ନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି । ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ବର୍ତ୍ତମାନ ସର୍ଚ୍ଚ ଅପରେଶନ୍ ଜୋରଦାର କରାଯାଇଛି‌ ।

LEAVE A REPLY

Please enter your comment!
Please enter your name here